www.samajalive.in
Sunday, December 14, 2025
19.1 C
Bhubaneswar

ମଙ୍ଗଳବାର ହନୁମାନଙ୍କୁ ଲଗାନ୍ତୁ ଏହି ଭୋଗ, ପୂରଣ ହେବ ମନୋସ୍କାମନା

ମଙ୍ଗଳବାର ଭଗବାନ ହନୁମାନଙ୍କ ପୂଜା କରାଯାଏ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପ୍ରିୟ କଦଳୀ ଭୋଗ ଲାଗାଯାଏ । କିନ୍ତୁ କଦଳୀ ବ୍ୟତିତ ଅନେକ ଭୋଗ ରହିଛି ଯାହା ଭଗବାନ ହନୁମାନଙ୍କ ପ୍ରିୟ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କ ପ୍ରିୟ ୬ଟି ଭୋଗ ବିଷୟରେ…..

ବୁନ୍ଦି: ମିଠା ବୁନ୍ଦି ପବନ ପୁତ୍ର ହନୁମାନଙ୍କ ବହୁତ ପସନ୍ଦ । ପ୍ରତି ମଙ୍ଗଳବାରେ ବୁନ୍ଦି ଭୋଗ ଲାଗାଇବା ଜମା ଭୁଲନ୍ତୁ ନାହିଁ ।

- Advertisement -

ପଞ୍ଚ ମେୱା: ବାଳ ବହ୍ମଚାରୀ ହନୁମାନଙ୍କୁ ପଞ୍ଚ ମେୱା ଭୋଗ ଲାଗାଯାଏ ।  କାଜୁ, ଖିସମିସ୍, ଆଲମଣ୍ଡ, ପିସ୍ତା ଓ ଅଖରୋଡ୍ ଏହି ୫ଟି ଡ୍ରାଏ ଫ୍ରୁଟ୍ସ କୁ ପଞ୍ଚ ମେୱା କୁହାଯାଏ ।

ଲଡୁ: ପ୍ରସାଦରେ ଲଡୁ ନଥିଲେ ପ୍ରସାଦ ଅଧୁରା ଲାଗେ । ମିଠା ମଧ୍ୟରୁ ବୁନ୍ଦି ଲଡୁ ଭଗବାନ ହନୁମାନଙ୍କ ବହୁତ ପସନ୍ଦ । ଏକଦା ହନୁମାନ ସୂର୍ଯ୍ୟ ଦେବତାଙ୍କୁ ଲଡୁ ଭାବି ଖାଇ ଦେଇଥିଲେ । ବେସନ ଲଡୁ ମଧ୍ୟ ଭଗବାନ ହନୁମାନଙ୍କୁ ଭୋଗ ଲାଗାଯାଏ ।

ପାନ: ହନୁମାନଙ୍କୁ ନିକଟରେ ପାନ ଭୋଗ ଲଗାଯାଏ ।

ହାଲୁଆ: ଜାତକ ରୁ ଶନିଦଷା ବା ଶନି ଗ୍ରହର ଖରାପ ପ୍ରଭାବ କଟିବା ପାଇଁ ହନୁମାନଙ୍କ ନିକଟରେ ସୁଜି ହାଲୁଆ ଭୋଗ ନିଶ୍ଚୟ ଲଗାନ୍ତୁ ।

ମିଠା ରୁଟି ବା ରୋଟ: ଏହି ସବୁ ଭୋଗ ବ୍ୟତିତ ମିଠା ରୁଟି ଏବଂ ରୋଟ ଭଗବାନ୍ ହନୁମାନଙ୍କ ବହୁତ ପସନ୍ଦ । ଅଟା, କ୍ଷୀର, ପାନମହୁରୀ, ଗୁଡ ମିଶାଇ ଚକଟି ଦିଅନ୍ତୁ ଓ  ପୁରୀ ଆକାରର କରି ଘିଅରେ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ରୋଟ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories