ବୁର୍ଲା କୋଭିଡ଼ ହସପିଟାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ବରିଷ୍ଠ ସେବିକା

କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବୁର୍ଲା: ବୁର୍ଲା ଭିମସାରର କୋଭିଡ ହସପିଟାଲରେ ବାରମ୍ବାର ଚିକିତ୍ସା ଅବହେଳାକୁ ନେଇ ଅଭିଯୋଗ ହୋଇ ଆସୁଛି। ତେବେ ଏହି ଘଟଣା ସେତେଟା ମାତ୍ରାରେ ଲୋକଲୋଚନକୁ ଆସି ପାରୁ ନ ଥିଲା। ଏପରିକି ଗତକାଲି ବୁର୍ଲା ଭିମସାର ହୃଦୟରୋଗ ବିଭାଗର କ୍ୟାଥଲାବର ବରିଷ୍ଠ ସେବିକା ପୁର୍ଣ୍ଣୀମା କୁମ୍ଭାର ନିଜେ କରୋନାରେ ସଂକ୍ରମିତ ହୋଇ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେବା ପରେ ଏହି ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ତାକୁ ନେଇ ଗୁରୁତର ଅଭିଯୋଗ ବାଢ଼ିଛନ୍ତି। ଏପରିକି କରୋନା ରୋଗୀଙ୍କୁ ଦିଆଯାଉଥିବା ରାମଡ଼େସିବିର ଦିନକରେ ଗୋଟିଏ ବଦଳରେ ତାଙ୍କୁ ଦୁଇଟା ଦିଆଯିବାକୁ ନେଇ ତଥ୍ୟକୁ ଲୋକଲୋଚନକୁ ଥିଲେ। ଏପରିକି ଉକ୍ତ ଦ୍ୱିତୀୟ ଥର ତାଙ୍କୁ ସମ୍ପୁର୍ଣ୍ଣ ଇଞ୍ଜେକସନ ଦେଇଥିଲେ ତାଙ୍କର ମୃତ୍ୟୁ ହୋଇଥାନ୍ତା ବୋଲି ଗୁରୁତର ଅଭିଯୋଗ ଆଣିବା ସହିତ ସେ ନିଜେ ଜଣେ ବରିଷ୍ଠ ସେବିକା ଏପରି ଭାବରେ ଦୁଇଥର ଇଞ୍ଜେକସନ ଦେବାକଥା ନୁହଁ ବୋଲି କହିବା ସତ୍ୱେ କୋଭିଡ଼ ହସପିଟାଲ ସେବିକା ଜଣକ ତାଙ୍କ କଥା ନ ମାନି ଉକ୍ତ ଇଞ୍ଜେକସନ ତାଙ୍କୁ ଦେବା ପାଇଁ ଚେଷ୍ଟା କରିଥିଲେ। ସୌଭାଗ୍ୟବସତଃ ସାମାନ୍ୟ ପରିମାଣରେ ତାଙ୍କ ଶରୀରକୁ ଏହା ·ଲିଯାଇଥିବା ସେ କହିବା ସହିତ ତାଙ୍କ ଜୀବନ ରକ୍ଷା ହୋଇଯାଇଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଭିମସାର କୋଭିଡ଼ ହସପିଟାଲରେ ସଠିକ ଭାବରେ ପ୍ରଶିକ୍ଷଣ ପାଇ ନ ଥିବା ସେବିକାଙ୍କୁ ନିୟୋଜିତ କରାଯାଇଥିବା ନେଇ ପ୍ରଶ୍ନ ଉଠୁଛି। ଏହା ସହିତ ସାଧାରଣ ରୋଗୀଙ୍କ କ୍ଷେତ୍ରରେ କଣ ଯେ ଘଟୁଥିବ ତାକୁ ନେଇ ପ୍ରଶ୍ନ ଉଠୁଛି। ସେପଟେ ଭିମସାର କର୍ତ୍ତୃପକ୍ଷଙ୍କ ତରଫରୁ ଉକ୍ତ ଇଞ୍ଜେକସନ ଦେଉଥିବା ସେବିକା ଡ଼େଲି ୱେଜେସ ଉର୍ବସୀ ନାଏକଙ୍କୁ କାର୍ଯ୍ୟରୁ ନିବୃତ କରିଦିଆ ଯାଇଛି।


ଗତକାଲିର ଘଟଣା ଭିମସାର କୋଭିଡ଼ ହସପିଟାଲର ·ଲିଥିବା ଖାମଖିଆଲି ଚିକିତ୍ସା ଉପରୁ ପରଦା ଉଠାଇ ଦେଇଛି। ଏପରିକି ଭିମସାରର ପ୍ରଥମ କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ହୃଦୟରୋଗ ବିଭାଗର କ୍ୟାଥଲାବର ଜଣେ ବରିଷ୍ଠ ସେବିକା ପୁର୍ଣ୍ଣୀମା କୁମ୍ଭାର ଏପରି ଚିକିତ୍ସା ଅବହେଳାର ଗୁରୁତର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ପରିସ୍ତିତି ସମ୍ପୁର୍ଣ୍ଣ ଅଣାୟତଃ ହେବା ସହିତ କୋଭିଡ଼ ହସପିଟାଲ ସମ୍ମୁଖରେ ବିଷ୍ଣୁମନ୍ଦିର ପଡ଼ା ଆଖପାଖ ଅଞ୍ଚଳର ଶହ ଶହ ମହିଳା ପୁରୁଷ ଏବଂ ଉକ୍ତ ସେବିକାଙ୍କ ଆତ୍ମୀୟ ସ୍ୱଜନ ମାନେ ରୁଣ୍ଡ ହୋଇ ତାଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ମାଳ ମାଳ ପୁଲିସ ବ୍ୟବସ୍ତା ହୋଇଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ତିତି ଉତ୍ପର୍ଣ୍ଣ ହୋଇ ଉକ୍ତ ସେବିକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଭିମସାରର ଅନ୍ୟାନ୍ୟ ଅଧିକାରୀଙ୍କ ସହିତ କରୋନା ନୋଡ଼ାଲ ଅଧିକାରୀ ସୁଦର୍ଶନ ପୋଥାଲ ବିକ୍ଷୋଭକାରୀ ତଥା ସେବିକାଙ୍କ ପୁଅଙ୍କୁ ବୁଝାସୁଝା କରିବା ସହିତ ଏହି ଘଟଣାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ନିର୍ଭର ପ୍ରତିଶୃତି ଦିଆଯିବା ପରେ ଉତ୍ତେଜନା ସାମୟିକ ଭାବରେ ଶାନ୍ତ ହୋଇଥିଲା। ପୁଣି ଏହାକୁ ନେଇ ପୁଣି ଆଜି ବରିଷ୍ଠ ସେବିକାଙ୍କ ପୁଅ ବୀରେନ୍ଦ୍ର କୁମାର ନାୟକ ବୁର୍ଲା ଥାନାରେ ତାଙ୍କ ମାଆଁ ପୁର୍ଣ୍ଣୀମାଙ୍କୁ ଗତ ୧୮ ତାରିଖ ଦିନ ରାମଡ଼େ଼ସିବିର ଇଞ୍ଜେକସନ କୋଭିଡ଼ ହସପିଟାଲର ଜଣେ ସେବିକା ଦ୍ୱିତୀୟ ଥର ଦେବା ପାଇଁ ଏକ ୧୦ ଏମଏଲର ସିରିଞ୍ଜରେ ଦେବା ପାଇଁ ଉଦ୍ୟତ ହୋଇଥିଲେ। ପୁର୍ଣ୍ଣୀମା ନିଜେ ଜଣେ ବରିଷ୍ଠ ସ୍ୱାସ୍ଥ୍ୟକର୍ମୀ ଏବଂ ସେବିକା ସେ ଜାଣିପାରି ଉକ୍ତ ସେବିକାଙ୍କୁ ଦ୍ୱତୀୟ ଥର ଏହି ଇଞ୍ଜେକସନ ଦେବା ପାଇଁ ବାରଣ କରିବା ସହିତ ଏହା ତ ୧୦୦ ଏମଏଲ ଏନଏସରେ ଦିଆଯାଏ କିପରି ୧୦ ଏମଏଲ ସିରିଞ୍ଜରେ ଦେଉଥିବା ନେଇ ପ୍ରଶ୍ନ କରିବା ସହିତ ବାରମ୍ବାର ମନା କରିଥିଲେ। ତା ସତ୍ୱେ ସେବିକା ଜଣକ ଉକ୍ତ ରାମଡ଼େସିବିର ଇଞ୍ଜେକସନ ଦେବା ପରେ ତଳକୁ ଯାଇ ପ·ରିବି ବୋଲି କହିବା ସହିତ ତାଙ୍କ ମାଆଁକୁ ଅଶାଳିନ ବ୍ୟବହାର କରିଥିଲେ। ଏହା ସହିତ ଉକ୍ତ ଇଞ୍ଜେକସନକୁ ସିରିଞ୍ଜରେ ପୁରାଇ କିଛିଅଂଶ ଦେଇ ଦେଇଥିଲେ। ଏହାକୁ ନେଇ ତାଙ୍କ ମାଆଁର୍ଙ୍କୁ ଉକ୍ତ ସେବିକା ଜଣକ ମାରିଦେବା ପାଇଁ ଉଦ୍ୟମ କରିଥିବା ବୀରେନ୍ଦ୍ର ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଉକ୍ତ ସେବିକା ଏବଂ ଉପସ୍ତିତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୀରେନ୍ଦ୍ର ଉଲ୍ଲେଖ କରିଛନ୍ତି। ଏହା ସହିତ ଆଜି ମଧ୍ୟ ବୁର୍ଲା ଭିମସାର ହସପିଟାଲ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ମାତ୍ର ସେ ବୈଠକରେ ରହିଥିବା ଫଳରେ ତାଙ୍କୁ ଭେଟି ପାରି ନ ଥିଲେ। ସେପଟେ ବୀରେନ୍ଦ୍ର ଭିମସାର କୋଭିଡ଼ ହସପିଟାଲରେ କରାଯାଉଥିବା ଏଭଳି ଚିକିତ୍ସାକୁ ନେଇ ପ୍ରଶ୍ନ ଉଠାଇବା ସହିତ ତାଙ୍କ ମାଆଁ ଜଣେ ସେବିକା ତାଙ୍କ କ୍ଷେତ୍ରରେ ଏପରି ଘଟିଥିବା ବେଳେ ସାଧାରଣ କରୋବା ରୋଗୀଙ୍କ ଅବସ୍ଥା ଏଭଳି କ୍ଷେତ୍ରରେ କଣ ହେଉଥିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ସେପଟେ ଗତକାଲି ରାତିରେ ସେବିକାଙ୍କୁ ତ୍ରୁଟିପୁର୍ଣ୍ଣ ଇଞ୍ଜେକସନ ଦେବା ଘଟଣାକୁ ନେଇ ଅନେକ ବିବାଦିୟ ସ୍ଥିତି ଉତ୍ପର୍ଣ୍ଣ ହୋଇଥିôଲା ଏହାକୁ ନେଇ ଭିମସାର କର୍ତ୍ତୃପକ୍ଷଙ୍କ ତରଫରୁ ଉକ୍ତ ସେବିକା ଡ଼େଲି ୱେଜେସ ଭାବରେ କାର୍ଯ୍ୟରତା ଠିକା ସେବିକା ଉର୍ବସୀ ନାଏକଙ୍କୁ କାର୍ଯ୍ୟରୁ ନିବୃତ କରିଦିଆଯାଇଛି। ଏହା ସହିତ ଏକ ତଦନ୍ତ ଏହି ଘଟଣା ଉପରେ କରାଯାଉଥିବା ଜଣାପଡ଼ିଛି। ସେପଟେ ଏହାକୁ ନେଇ ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ କିପରି ଭାବରେ କୋଭିଡ଼ ଚିକିତ୍ସା ବ୍ୟବସ୍ତାକୁ ସୁବ୍ୟବସ୍ତିତ କରାଯିବା ସହିତ ଅଧିକ ମାତ୍ରାରେ ସ୍ୱାସ୍ଥ୍ୟକର୍ମୀ ତଥା ଡ଼ାକ୍ତର ମାନଙ୍କୁ କୋଭିଡ଼ ବ୍ୟବସ୍ତାରେ ସମୟ ଦେବା ପାଇଁ ନିର୍ଦ୍ଦେଶନାମା କରାଯାଇଛି। ଏହା ସହିତ ଏହି ଘଟଣାର ତଦନ୍ତ କରାଯିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭିମସାରର ଦ୍ୱିତୀୟ କୋଭିଡ଼ ହସପିଟାଲ ଏହି ଫାକୁଆଲଟି ସମାସ୍ୟା ଯୋଗୂଁ ପୁର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବା ସୁଚନା ଦେଇଛନ୍ତି ପ୍ରଫେସର ମେହେର।


ସେ ଯାହା ହେଉନା କାହିଁକି ବର୍ତ୍ତମାନ ଭିମସାର କୋଭିଡ଼ ହସପିଟାଲରେ ଚିକିତ୍ସା ବ୍ୟବସ୍ତାକୁ ନେଇ ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଯଦିବା ଜଣେ ଭିମସାରର ସେବିକା କରୋନାରେ ଆକ୍ରାନ୍ତ ହୋଇ ତାଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ହେଲା ତା ହେଲେ ସାଧାରଣ କରୋନା ରୋଗୀ ଏହା କ୍ଷେତ୍ରରେ କଣ କରିପରିବେ ବୋଲି ପ୍ରଶ୍ନ ଉଠୁଛି। ପ୍ରଦାନ ଚିକିତ୍ସା ବ୍ୟବସ୍ତା ବିଷୟରେ ରୋଗୀ ସମ୍ପର୍କିୟଙ୍କୁ ଅବଗତ କରାଯାଉ ନ ଥିବା ନେଇ ସଦାସର୍ବଦା ଅଭିଯୋଗ ଉଠୁଛି। ତେବେ ଯଦିବା ଜଣେ କରୋନା ରୋଗୀଙ୍କୁ ଏଭଳି ଭାବରେ ରାମଡ଼େସିବିର ଇଞ୍ଜେକସନ ଦ୍ୱିତୀୟ ଥର ଦିଆଯିବ ତା ହେଲେ କଣ ଜାଣିପାରି କି ବିରୋଧ ମଧ୍ୟ କରିପାରିବ ନାହିଁ ଯାହାଫଳରେ ରୋଗୀଙ୍କ ଜୀବନଟା ଅଯଥାରେ ·ଲିଯିବା ନେଇ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏଭଳି ଅଘଟଣ ଅତିତରେ କୋଭିଡ଼ ମୃତ୍ୟୁ କ୍ଷେତ୍ରରେ ଘଟି ନ ଥିବ କି ବୋଲି ପ୍ରଶ୍ନ ଉଙ୍କି ମାରୁଛି। ତେବେ ସଠିକ ଭାବରେ ଭିମସାରର କରୋନା ରୋଗୀଙ୍କ ଚିକିତ୍ସା ବ୍ୟବସ୍ତା ବିଷୟକୁ ଗୁରୁତର ସହିତ ନିଆ ନ ଯିବା ତଥା ସଠିକ ଭାବରେ ସେବିକା ମାନଙ୍କୁ ବିଭିନ୍ନ େଔଷଧ ଠାରୁ ଆରମ୍ଭକରି ଇଞ୍ଜେକସନ ଦେବାକୁ ସୁ·ରୁରୁପେ ମାର୍ଗଦର୍ଶନ କରା ନ ଯିବାକୁ ନେଇ ପ୍ରଶ୍ନ ଉଠୁଛି।

Comments are closed.