www.samajalive.in
Sunday, December 7, 2025
26.1 C
Bhubaneswar

ବାଦୁଡିଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଲିମାପଦର

ରାମନାଗୁଡା: ପରିବର୍ତ୍ତିତ ଜୀବନଶୈଳୀ ଓ ଆଧୁନିକତାର ଢାଞ୍ଚାରେ ବଳି ପଡୁଛି ପରିବେଶ। ଦିନକୁ ଦିନ ଜଙ୍ଗଲ କାଟର ପରିମାଣ ବୃଦ୍ଧି ଯୋଗୁଁ ଏବେ ଖାଦ୍ୟ ଅନ୍ୱେଷଣରେ କିଛି ବନ୍ୟ ପଶୁପକ୍ଷୀ ଗାଁ ଓ ସହର ମୁହାଁ ହୋଇଥିବା ବେଳେ ଆଉ କିଛି ପରିବେଶ ପରିବର୍ତ୍ତନରେ ବିଲୁପ୍ତ ପ୍ରାୟତ ଆଉ କିଛି ଶିକାରୀଙ୍କ ଶିକାର ବନୁଛନ୍ତି। ଏହିଭଳି ସମୟରେ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଲିମାପଦରରୁ ଦେଖିବାକୁ ମିଳିଛି ଭିନ୍ନ ଏକ ଚିତ୍ର। ସୂଚନା ଅନୁସାରେ କିଛି ବର୍ଷ ପୂର୍ବରୁ ଲିମାପଦର ଗ୍ରାମରେ ଥିବା ବଡ଼ ଗଛରେ ଅଳ୍ପ ସଂଖ୍ୟକ ବାଦୁଡ଼ି ରାହୁଥିବାର ପ୍ରଥମେ ଦେଖିବାକୁ ମିଳିଥିଲା। ଅନୁକୂଳ ପରିବେଶ ପାଇବା ଯୋଗୁଁ ଦିନକୁ ଦିନ ଏବେ ବାଦୁଡି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସ୍ଥିତିରେ ହଜାର ହଜାର ସଂଖ୍ୟାରେ ବାଦୁଡି ଏହି ଗ୍ରାମରେ ଥିବା ଗଛରେ ରାହୁଥିବାର ଦେଖିବାକୁ ମିଳିଛି। ବାଦୁଡି ମାଂସ ଓ ଏହାର ଔଷଧୀୟ ଗୁଣ ଥିବା ଯୋଗୁ ପ୍ରଥମେ ପ୍ରଥମେ କିଛି ଦୁର୍ବୃତ୍ତ ଶିକାର କରିବାର ନଜିର ରହିଥିଲା ହେଲେ ପରେ ଗ୍ରାମବାସୀଙ୍କ କଠୋର ନିଷ୍ପତି ଯୋଗୁ ବର୍ତ୍ତମାନ ଶିକାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ସହ ଗ୍ରାମବାସୀଙ୍କ ସୁରକ୍ଷା ବଳୟରେ ବାଦୁଡିଙ୍କ ବଂଶ ବିସ୍ତାର ହେବା ସହ ଲିମାପଦରକୁ ଏମାନେ ନିଜର ସୁରକ୍ଷିତ ଆଶ୍ରୟ ସ୍ଥଳୀ ରୂପେ ବାଛି ନେଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗତ କିଛିଦିନ ହେଲା ପ୍ରବଳ ଗ୍ରୀଷ୍ମପ୍ରବାହ ସହ ତାପମାତ୍ରା ବୃଦ୍ଧିକୁ ସହି ନପାରି ପ୍ରତିଦିନ ବାଦୁଡି ମରି ପଡିଥିବାର ଗ୍ରାମବାସୀ ସୂଚନା ଦେଇଛନ୍ତି। ଏଥିସହ ବ୍ଲକ ପ୍ରଶାସନକୁ ବାଦୁଡିଙ୍କ ଉପରେ ଜଳ ସିଞ୍ଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ରଖିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories