www.samajalive.in
Saturday, December 6, 2025
23.1 C
Bhubaneswar

କେଜ୍ରିୱାଲଙ୍କ ଟ୍ବିଟ୍‌କୁ ନେଇ ବଢ଼ିଲା ବିବାଦ; ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସିଙ୍ଗାପୁରର ସମନ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଏକ ଟ୍ବିଟ୍‌କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସିଙ୍ଗାପୁରରେ ଦେଖାଦେଇଥିବା କରୋନା ଭୂତାଣୁର ଏକ ଷ୍ଟ୍ରେନକୁ କେଜ୍ରିୱାଲ ‘ସିଙ୍ଗାପୁର ଭାରିଆଣ୍ଟ’ ବୋଲି କହିବା ସହିତ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ଦର୍ଶାଇଥିଲେ। ଏହାକୁ କଡ଼ା ବିରୋଧ କରିଛି ସିଙ୍ଗାପୁର। ଏହା ସହିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ୍‌ କରି ନିଜର ଆପତ୍ତି ଜଣାଇଛି।

ଏହା ପରେ ଭାରତରେ ଅବସ୍ଥିତ ସିଙ୍ଗାପୁର ଦୂତାବାସ ତରଫରୁ ବୁଧବାର କେଜ୍ରିୱାଲଙ୍କ ଟ୍ବିଟ୍‌ ଉପରେ ଜବାବ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସିଙ୍ଗାପୁରରେ କରୋନାର ନୂଆ ଷ୍ଟ୍ରେନ ମିଳିଥିବା କଥାର କୌଣସି ସତ୍ୟତା ନାହିଁ। ପରୀକ୍ଷାରୁ ଜଣାପଡ଼ିଛି ଯେ, ସିଙ୍ଗାପୁରରେ କରୋନାର ବି୧୬୧୭୨ ଭାରିଆଣ୍ଟ ମିଳିଛି, ଯାହାର ଉତ୍ପତ୍ତି ଭାରତରେ ହୋଇଥିଲା। ଏହି ଭୂତାଣୁରେ ପିଲାମାନେ ସଂକ୍ରମିତ ହେଉଥିବା ଜଣାପଡ଼ିଛି।

- Advertisement -

ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କେଜ୍ରିୱାଲଙ୍କ ଟ୍ବିଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁଂହାଯାଇଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୋଭିଡ ଭାରିଆଣ୍ଟ କିମ୍ବା ବିମାନ ନୀତି ସମ୍ପର୍କରେ ମତ ଦେବାର କୌଣସି ଅଧିକାର ନାହିଁ। ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଟ୍ବିଟ୍‌ କରି କହିଛନ୍ତି ଯେ, ସିଙ୍ଗାପୁର ଏବଂ ଭାରତ ଉଭୟେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଏହି ଲଢ଼େଇରେ ସିଙ୍ଗାପୁର ଭାରତକୁ ସହଯୋଗ କରିଛି। ସେଥିପାଇଁ ସିଙ୍ଗାପୁରକୁ ଧନ୍ୟବାଦ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଭାରତର ନୁହେଁ ଜୟଶଙ୍କର ସ୍ପଷ୍ଟ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories