www.samajalive.in
Saturday, December 13, 2025
14.1 C
Bhubaneswar

ପଞ୍ଚଲିଙ୍ଗେଶ୍ୱରରୁ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅଞ୍ଚଳରୁ ସୋମବାର ରାତିରେ ଏକ ୧୩ ଫୁଟ ଲମ୍ବର ଅହିରାଜ ବା କିଙ୍ଗକୋବ୍ରା ସାପକୁ ଧରା ଯାଇଛି। ଏହି ବିଷଧର ସାପଟି ପଞ୍ଚଲିଙ୍ଗେଶ୍ୱର ପାର୍କିଂଷ୍ଟାଣ୍ଡ ନିକଟରେ ଥିବା ଏକ ଖେଳଣା ଦୋକାନ ଭିତରେ ପଶି ଗର୍ଜନ କରୁଥିଲା। ମୂଷା ସନ୍ଧାନରେ ଏହି ସାପଟି ଦୋକାନ ଭିତରକୁ ପଶି ଯାଇଥିବା କୁହାଯାଉଛି। ପଞ୍ଚଲିଙ୍ଗେଶ୍ୱରସ୍ଥିତ ପୁଲିସ ସହାୟତା କେନ୍ଦ୍ର ପାଖରେ ଉକ୍ତ ସାପଟି ବିଚରଣ କରୁଥିବା ସମୟରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ଦେଖିବାକୁ ପାଇଥିଲେ।

ଖବରପାଇ ସ୍ଥାନୀୟ ଅଞ୍ଚଳର ମନୋରଞ୍ଜନ ଦାସ, ନୀଳଗିରି ଅଞ୍ଚଳର ଗୟାଧର ବେହେରା, ସୁଶାନ୍ତ ମହାପାତ୍ର, ସୌମ୍ୟକାନ୍ତ ପ୍ରଧାନ ପ୍ରମୁଖ ସେଠାରେ ପହଞ୍ଚି ଏହି ବିରାଟ ସାପଟିକୁ କୌଶଳ କ୍ରମେ କାବୁ କରିଛନ୍ତି। ପରେ ଏହି ସାପଟିକୁ ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରେ ଛାଡ଼ି ଦିଆଯାଇଛି। ତେବେ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳଟି ପାହାଡ଼ ପର୍ବତ ଘେରା ହୋଇଥିବା ଯୋଗୁ ସ୍ଥାନୀୟ ଦେବଗିରି ପାହାଡ଼ାରେ ବହୁ ବିଷଧର ସାପ ଭରି ରହିଥିବା କୁହାଯାଏ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories