www.samajalive.in
Wednesday, December 10, 2025
18.1 C
Bhubaneswar

ବିକାଶ ମଞ୍ଚ ପକ୍ଷରୁ ମନ୍ଦିର ପୂଜକଙ୍କୁ ସହାୟତା

ଆଠଗଡ: ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶମଞ୍ଚ ପକ୍ଷରୁ ଏହି କରୋନା ମହାମାରୀ ଓ ଲକ୍‍ଡାଉନ ସମୟରେ ଅସୁବିଧାରେ ଥିବା ଲୋକମାନଙ୍କୁ ନିୟମିତ ସହାୟତାର ହାତ ବଢାଇ ଚାଲିଛି। ଏହି କ୍ରମରେ ସୋମବାର ବିକାଶ ମଞ୍ଚ ପକ୍ଷରୁ ପ୍ରସିଦ୍ଧ ଶୈବପୀଠ କଟକିଆସାହି ପଞ୍ଚାୟତର ସର୍ପେଶ୍ୱର ମନ୍ଦିର ପୂଜକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଠଗଡ ବିକାଶ ମଞ୍ଚ ର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଅନ୍ୟ ସହଯୋଗୀଙ୍କ ସହ ସର୍ପେଶ୍ୱର ମନ୍ଦିର ଯାଇ ସେଠାରେ କାର୍ଯ୍ୟରତ ୨୫ରୁ ଉର୍ଦ୍ଧ ପୂଜକ ଓ ସେବାୟତଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ।

ଚାଉଳ, ଡାଲି, ଆଳୁ, ମସଲା ଓ ତେଲ ଥିବା ଗୋଟିଏ ଲେଖାଏଁ ପ୍ୟାକେଟ ସମସ୍ତ ପୂଜକ ଓ ସେବାୟତଙ୍କ ପରିବାର ପାଇଁ ପ୍ରଦାନ କରାଯାଇଥିଲା। ପୂଜକ ଓ ସେବାୟତମାନେ ଆଠଗଡ ବିକାଶ ମଞ୍ଚର ଏତାଦୃଶ ମହନୀୟ କାର୍ଯ୍ୟକୁ ପ୍ରଶଂସା କରାଯିବା ସହ ଅନୁଷ୍ଠାନ ଓ ସଭାପତି ଶ୍ରୀ ବସ୍ତିଆଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories