www.samajalive.in
Saturday, December 13, 2025
23.1 C
Bhubaneswar

ହୀରାପୁର ପଞ୍ଚାୟତର ଇନ୍ଦିପୁର ଗ୍ରାମ ଅଣୁ ଆବଦ୍ଧlଞ୍ଚଳ

ବେଗୁନିଆ: ବେଗୁନିଆ ବ୍ଳକରେ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ବ୍ଲକ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ସମ୍ପୃକ୍ତ ଗ୍ରାମର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆଙ୍କୁ ସେହି ଗ୍ରାମକୁ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରିବା ପାଇଁ ସୁପାରିଶ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ୧୭ ତାରିଖ ସନ୍ଧ୍ୟା ୭ ଟାରୁ  ୨୩ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ହୀରାପୁର ପଂଚାୟତ ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଅନିତା ସାମନ୍ତରାୟଙ୍କ ଘରଠାରୁ ଜମେଶ୍ୱର ଶ୍ରୀଚନ୍ଦନଙ୍କ ଘର ପର୍ଯ୍ୟନ୍ତ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରାଯାଇଛି।

 

- Advertisement -

ଏଠାରେ ୯୯ ଟି ପରିବାରର ୫୩୯ଲୋକ ବସବାସ କରନ୍ତି । ସମ୍ପୃକ୍ତ ଅଞ୍ଚଳକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବାବେଳେ ସେହି ଅଞ୍ଚଳର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହି ଆବଦ୍ଧାଞ୍ଚଳରେ ପଂଚାୟତ ନିର୍ବାହୀ ଅଧିକାରୀ ,ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ ,ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ,ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ସେଠାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ଦାସଙ୍କୁ ସମସ୍ତ କାର୍ଯ୍ୟ ର ତଦାରଖ ଦାଇତ୍ୱ ଦିଆଯାଇଛି। ଏହା ପୂର୍ବରୁ ବେଗୁନିଆ ବ୍ଲକର ବେଗୁନିଆ ,ପୋଡାଡିହ ,ବୋତଳମା , ଦେଉଳି ଏବଂ କୁଂଜୁରୀ ପଂଚାୟତର ୭ ଟି ଗ୍ରାମକୁ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରାଯାଇଥିଲା। ଆଜିର ଏହି ଘୋଷଣା ପରେ ବେଗୁନିଆ ବ୍ଲକର ବିଭିନ୍ନ ପଞ୍ଚାୟତର ୮ ଟି ଗ୍ରାମକୁ ଅଣୁ ଆବଦ୍ଧlଞ୍ଚଳ ଭାବେ ଘୋଷଣା କରାଗଲା।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories