www.samajalive.in
Saturday, December 13, 2025
23.1 C
Bhubaneswar

ଏଣ୍ଡ୍ରିଆ ମେଜା ବ୍ରହ୍ମାଣ୍ଡ ସୁନ୍ଦରୀ, ଶ୍ରେଷ୍ଠ ୫ରେ ଭାରତର ଏଡଲିନ୍‌ କାଷ୍ଟଲିନା

୬୯ ତମ ଅନ୍ତର୍ଜାତୀୟ ପ୍ରତିଯୋଗିତା ମିସ୍‌ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୦ର ବିଜେତା ହୋଇଛନ୍ତି ମେକ୍ସିକୋର ଏଣ୍ଡ୍ରିଆ ମେଜା। ବ୍ରାଜିଲର ଜୁଲିୟା ଗାମାଙ୍କୁ ପଛରେ ପକାଇ ସେ ଏହି ମୁକୁଟ ପିନ୍ଧିଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଜୋଜିବିନି ତୁଞ୍ଜି ଏଣ୍ଡ୍ରିଆଙ୍କୁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି। ଅନ୍ୟପଟେ ଭାରତରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୨ ବର୍ଷୀୟ ଏଡଲିନ୍‌ କାଷ୍ଟଲିନା ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଛନ୍ତି। ଏହି ସମାରୋହର ଗ୍ରାଣ୍ଡ ଫିନାଲେ ଫ୍ଲୋରିଡାର ସୋମିନୋଲ ହାର୍ଡ ରକ୍‌ ହୋଟେଲ ଆଣ୍ଡ କ୍ୟାସିନୋରେ ଆୟୋଜିତ ହୋଇଥିଲା।

ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ଏଣ୍ଡ୍ରିଆଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଯଦି ଅପଣ ଦେଶର ନେତା ହୋଇଥାନ୍ତେ, ତେବେ କରୋନା ଭୂତାଣୁ ମହାମାରୀର କିପରି ମୁକାବିଲା କରିଥାନ୍ତେ ? ଏହାର ଉତ୍ତରରେ ଏଣ୍ଡ୍ରିଆ କହିଥିଲେ ଯେ, ଏଭଳି କଠିନ ପରିସ୍ଥିତିକୁ ସମ୍ଭାଳିବା ଲାଗି କୌଣସି ସଠିକ୍‌ ପଦ୍ଧତି ନାହିଁ। ମାତ୍ର ସ୍ଥିତି ବିଗିଡ଼ିବା ପୂର୍ବରୁ ତାଲାବନ୍ଦ ଲାଗୁ କରାଯାଇଥିଲେ, ଏତେ ଜୀବନହାନୀ ହୋଇ ନ ଥାନ୍ତା। ଲୋକଙ୍କ ଜୀବନ ଏପରି ନଷ୍ଟ ହେବା ଦେଖିପାରିବୁ ନାହିଁ। ସେଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରିଥାନ୍ତି ବୋଲି ଏଣ୍ଡ୍ରିଆ ଜବାବ ଦେଇଥିଲେ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories