www.samajalive.in
Sunday, December 14, 2025
26.1 C
Bhubaneswar

ଟିକା କୂଟନୀତି କରି ମୋଦି ଏବେ ବିଶ୍ୱନେତା ପାଲଟି ଯାଇଛନ୍ତି

ନୂଆଦିଲ୍ଲୀ: ଭାରତର ଜନସାଧାରଣଙ୍କୁ ଯେତିକି ଟିକା ଦିଆଯାଇ ନାହିଁ, ତାହାଠାରୁ ଅଧିକ ବିଦେଶକୁ ପଠାଯାଇଛି। ଏହା ଭାରତ ସରକାରଙ୍କ ଟିକା କୂଟନୀତି। ମୋଦି ଏବେ ବାସ୍ତବରେ ଜଣେ ବିଶ୍ୱନେତା ପାଲଟିଛନ୍ତି। ତେଣିକୁ ଦେଶ ପଛେ ନର୍କକୁ ଯାଉ- ଏଭଳି ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଯଶବନ୍ତ ସିହ୍ନା। କେନ୍ଦ୍ରର ଟିକାକରଣ ନୀତିକୁ ନେଇ ଦିଲ୍ଲୀରେ ମୋଦି ବିରୋଧୀ ପୋଷ୍ଟର ଲଗାଯିବା ଏବଂ ଏହି ଘଟଣାରେ ପୁଲିସ ୧୭ ଜଣଙ୍କୁ ଗିରଫ କରିବାପରେ ଶ୍ରୀ ସିହ୍ନା ମୋଦିଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି। ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ର ମଧ୍ୟ ମୋଦିଙ୍କୁ ଅନୁରୂପ ଢଙ୍ଗରେ ସମାଲୋଚନା କରିଛନ୍ତି।
ଜାତିସଂଘରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତଥା ଡେପୁଟି ପରମାନେଣ୍ଟ ରିପ୍ରେଜେଣ୍ଟେଟିଭ ନାଗରାଜ ନାଇଡୁ ଜାତିଂଘକୁ ଅବଗତ କରାଇ କହିଥିଲେ ଯେ ଭାରତ ନିଜ ଲୋକଙ୍କୁ ଯେତିକି ଟିକା ଦେଇନାହିଁ, ତାହାଠାରୁ ଅଧିକ ଟିକା ଅନ୍ୟ ରାଷ୍ଟ୍ରଗୁଡିକୁ ଦେଇଛି। ଭାରତର ଭୂମିକା ସମ୍ପର୍କରେ ପ୍ରକାଶକରି ସେ କହିଥିଲେ ଯେ ଭାରତ ଯଦି ଏଭଳି କରିନଥାନ୍ତା, ତେବେ ତାହା ଦରିଦ୍ର ରାଷ୍ଟ୍ରଗୁଡିକୁ ବ୍ୟାପକ କ୍ଷତି ପହଞ୍ଚାଇଥାନ୍ତା। ସଂପ୍ରତି ଏହା ଦେଶବାସୀଙ୍କୁ ଟିକାକରଣ କରିବାକୁ ସମସ୍ତ ପଦକ୍ଷେପ ନେଉଛି। ଏହା ନିଜର ୩୦ କୋଟି ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ଆଗାମୀ କିଛିମାସ ମଧ୍ୟରେ ସଂପୂର୍ଣ୍ଣ କରିବା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଟିକାକରଣ କରାଯିବ। ସୂଚନାଯୋଗ୍ୟ ଯେ କୋଭିଡର ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରେ ଭାରତ ବିଶ୍ୱର ପ୍ରାୟ ୭୦ ରାଷ୍ଟ୍ରକୁ ଟିକା ଯୋଗାଇ ଦେଇଛି। ରାଷ୍ଟ୍ରଦୂତଙ୍କର ଏହି ମନ୍ତବ୍ୟ ଉପରେ ଟ୍ୱିଟ୍‍ କରି ଶ୍ରୀ ସିହ୍ନା କହିଛନ୍ତି, ମୋଦି ଟିକା କୂଟନୀତି କରି ବାସ୍ତବରେ ଏବେ ବିଶ୍ୱ ନେତା ପାଲଟି ଯାଇଛନ୍ତି। ତେଣେ ଭାରତର ଜନସାଧାରଣ ପଛେ ନର୍କରେ ପଡିଥାନ୍ତୁ। ସୂଚନାଯୋଗ୍ୟ ଯେ ଦେଶରେ ଟିକା ଅଭାବ ଜନିତ ପରିସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟର ହାଇକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୮ କୋଟି ପାନ ଟିକାକରଣ କରାଯାଇଛି। ଜୁଲାଇ ଶେଷସୁଦ୍ଧା ଏହା ୫୧.୬ କୋଟି ପାନରେ ପହଞ୍ଚିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories