www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ ଚିହ୍ନଟ; କଟକରୁ ସର୍ବାଧିକ ୯୭୩

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୫୭ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୯୭୩ ଜଣ ରହିଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ଦୈନିକ ନୂଆ ସଂକ୍ରମଣରେ ଦ୍ୱିତୀୟ ଅଥବା ତୃତୀୟ ସ୍ଥାନରେ ରହୁଥିବା କଟକ ସମସ୍ତଙ୍କୁ ଟପିଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଏବଂ ସ୍ଥାନୀୟ ସଂକ୍ରମିତ ୪୭୩୩ ରହିଛନ୍ତି।
ସରକାରୀ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୬୦୬, ବାଲେଶ୍ୱର ୩୫୪, ବରଗଡ ୪୦୪, ଭଦ୍ରକ ୪୪୩, ବଲାଙ୍ଗୀର ୫୦୭, ବଉଦ ୧୩୩ ଏବଂ ଦେବଗଡରୁ ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଢେଙ୍କାନାଳ ଜିଲାରୁ ୨୮୯, ଗଜପତି ୧୪୧, ଗଞ୍ଜାମ ୨୦୯, ଜଗତସିଂହପୁର ୨୧୯, ଯାଜପୁର ୨୮୧, କଳାହାଣ୍ଡି ୧୨୫ ଏବଂ କନ୍ଧମାଳରୁ ୮୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ କେନ୍ଦ୍ରାପଡା ଜିଲାରୁ ୧୪୮, କେନ୍ଦୁଝର ୨୦୮, ଖୋର୍ଦ୍ଧା ୯୦୯, କୋରାପୁଟ ୨୮୨, ମାଲକାନଗିରି ୧୨୩, ମୟୁରଭଞ୍ଜ ୪୫୪, ନବରଙ୍ଗପୁର ୩୮୬, ନୟାଗଡରୁ ୨୨୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୂଆପଡାରୁ ୫୦୨, ପୁରୀ ୩୫୦, ରାୟଗଡା ୧୩୬, ସମ୍ବଲପୁର ୪୯୪, ସୋନପୁର ୨୪୫, ସୁନ୍ଦରଗଡ ୮୩୨ ଏବଂ ଷ୍ଟେଟପୁଲରୁ ୨୦୦ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୨୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୧୦୯୪୧୧୯୨ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୨୨୯୮୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉକ୍ତ ସଂକ୍ରମିତଙ୍କ ମଧ୍ୟରୁ ମୋଟ ୫୧୪୫୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ରାଜ୍ୟରେ ସଂପ୍ରତି ୧୦୬୦୬୧ ଜଣ କରୋନା ଆକ୍ରାନ୍ତ ରହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories