www.samajalive.in
Wednesday, December 10, 2025
14.1 C
Bhubaneswar

ଗାଜା ଉପରେ ପୁଣି ଆକ୍ରମଣ: ୪୨ମୃତ, ୫୦ଆହତ

ଗାଜାଷ୍ଟ୍ରିପ୍‌: ଆତଙ୍କବାଦୀ ସଂଗଠନ ହମାସଙ୍କ ଅଧ୍ୟୁଷିତ ପାଲେଷ୍ଟାଇନର ଗାଜା ସହର ଉପରେ ଇସ୍ରାଏଲର ପୂନର୍ବାର ଆକ୍ରମଣ କରିଛି। ରବିବାର ଇସ୍ରାଏଲ ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ତିନିଟି କୋଠା ମାଟିରେ ମିଶିବା ସହ ଅତି କମ୍‌ରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ୭ଦିନ ଧରି ଇସ୍ରାଏଲ୍‌ ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗି ରହିଥିବା ବେଳେ ଆଜିର ଆକ୍ରମଣ ସବୁଠାରୁ ଭୟଙ୍କର ରହିଛି। ରବିବାର ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୧୬ ମହିଳା ଏବଂ ୧୦ ଶିଶୁ ଅଛନ୍ତି ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସହ ଆକ୍ରମଣରେ ୫୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ରବିବାର ମୃତ୍ୟୁକୁ ମିଶାଇ ଗାଜାରେ ଏବେ ସୁଦ୍ଧା ୧୭୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦୦ରୁ ଅଧିକ ଆହତ ହେଲେଣି। ତେବେ ହମାସ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ ଜାରି ରହିଥିଲେ ମଧ୍ୟ ବିଶେଷ କ୍ଷତି ଘଟାଇ ପାରି ନାହିଁ। ହମାସର ଆକ୍ରମଣରେ ଏବେ ସୁଦ୍ଧା ଇସ୍ରାଏଲ ମାତ୍ର ୮ଜଣଙ୍କର ମୃତ୍ୟୁ ହୋଇଛି।

ଏହାପୂର୍ବରୁ ଇସ୍ରାଏଲ ସୈନ୍ୟବାହିନୀ ପକ୍ଷରୁ କୁହାଯାଇଥିଲା ଯେ, ଦକ୍ଷିଣ ସହରର ଖାନ ୟୁନିସଠାରେ ଥିବା ଗାଜାର ଶୀର୍ଷ ହମାସ ନେତାଙ୍କ ଘରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରାଯାଇଥିଲା। ଗତ ଦୁଇ ଦିନ ମଧ୍ୟରେ ହମାସର ବରିଷ୍ଠ ନେତାଙ୍କ ଘରେ ଏହା ତୃତୀୟ ଆକ୍ରମଣ ଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଆବଶ୍ୟକ ମନେ ହେଉଥିବା ପର୍ଯ୍ୟନ୍ତ ଗାଜା ଉପରେ ଆକ୍ରମଣ ଜାରି ରହିବ। ଏହି ସଂଘର୍ଷ ପାଇଁ ଆମେ ନୋହୁଁ, ଆମକୁ ଆକ୍ରମଣ କରୁଥିବା ପକ୍ଷ ଦାୟୀ। ଆମର ପ୍ରତିଆକ୍ରମଣ ଅଭିଯାନ ସରିନାହିଁ, ଏବେ ମଧ୍ୟ ଚାଲିଛି ଏବଂ ଆବଶ୍ୟକ ଥିବାଯାଏଁ ଚାଲିବ। ସେ କହିଥିଲେ ସାଧାରଣ ନାଗରିକମାନଙ୍କ ପଛରେ ଆତ୍ମଗୋପନ କରି ଜାଣିଶୁଣି ସାଧାରଣ ନାଗରିକଙ୍କର କ୍ଷତି କରୁଥିବା ହମାସଙ୍କ ପରି ଆମେ ନୋହୁଁ। ଆମେ ସାଧାରଣ ନାଗରିକମାନଙ୍କୁ ଏଡ଼ାଇ ବା ସେମାନଙ୍କର ଯଥାସମ୍ଭବ କମ୍‌ କ୍ଷତି କରି ସିଧାସଳଖ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରୁଛୁ। ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଲାଗି ରହିଥିବା ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚିନ୍ତା ବ୍ୟକ୍ତ କରିଛନ୍ତି।

- Advertisement -

ଶନିବାର ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ଫୋନ ଯୋଗ କଥା ହେବା ସମୟରେ ଆକ୍ରମଣକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। କାରଣ ଏହି ଆକ୍ରମଣରେ ନିର୍ଦୋଷ ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି। ତେବେ ବାଇଡେନ୍‌ ଇସ୍ରାଏଲ୍‌ ପ୍ରତି ଦୃଢ଼ ସମର୍ଥନ ଜଣାଇ କହିଛନ୍ତି ଯେ, ହମାସ୍‌ ଏବଂ ଅନ୍ୟ ଆତଙ୍କବାଦୀ ସଙ୍ଗଠନର ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ୍‌ର ଅଧିକାର ରହିଛି। ୨୦୧୪ରୁ ହମାସ ସହିତ ଇସ୍ରାଏଲର ଯୁଦ୍ଧ ଲାଗି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories