www.samajalive.in
Wednesday, December 10, 2025
14.1 C
Bhubaneswar

ରାୟୁଡୁଙ୍କ ‘୩ଡି’ ମନ୍ତବ୍ୟ ଉପରେ ମୁହଁ ଖୋଲିଲେ ଶଙ୍କର

ହାଇଦରାବାଦ: ୨୦୧୯ ବିଶ୍ୱକପ୍‍ ପୂର୍ବରୁ ଅମ୍ବତି ରାୟୁଡୁ ଭାରତୀୟ ଏକାଦଶରେ ୪ନଂ ସ୍ଥାନରେ ବ୍ୟାଟିଂ କରିବେ ବୋଲି ଧରି ନିଆ ଯାଇଥିଲା। ହେଲେ ସମସ୍ତଙ୍କୁ ଚକିତକରି ଜାତୀୟ ସିନିୟର ମନୋନୟନକାରୀ ରାୟୁଡୁଙ୍କୁ ଦଳରେ ରଖିନଥିଲେ। ତାଙ୍କ ସ୍ଥାନରେ ତାମିଲନାଡ଼ୁର ଅଲ୍‍ରାଉଣ୍ଡର ବିଜୟ ଶଙ୍କରକୁ ବିଶ୍ୱକପ୍‍ ଖେଳିବାର ସୁଯୋଗ ମିଳିଥିଲା। ପରେ ସାମ୍ବାଦିକଙ୍କୁ ଜାତୀୟ ସିନିୟର ମନୋନୟନ କମିଟି ଅଧ୍ୟକ୍ଷ ଏମ୍‍ଏସ୍‍କେ ପ୍ରସାଦ କହିଥିଲେ- ରାୟୁଡୁଙ୍କ ତୁଳନାରେ ଶଙ୍କର ଜଣେ ‘୩ଡି’ ଖେଳାଳି। ସେ ବ୍ୟାଟିଂ, ବୋଲିଂ ଓ ଫିଲ୍‍ଡିଂରେ ଦଳ ପାଇଁ ଉପଯୋଗୀ ପ୍ରମାଣିତ ହେବେ। ଦଳରୁ ବାଦ୍‍ପଡ଼ିବା ପରେ ଅତ୍ୟନ୍ତ ନିରାଶ ହୋଇଥିଲେ ଅମ୍ବତି ରାୟୁଡୁ। ପୁଣି ମନୋନୟନକାରୀଙ୍କ ମନ୍ତବ୍ୟ ଉପରେ ଉପହାସ କରି ରାୟୁଡୁ ଟ୍ୱିଟ୍‍ କରିଥିଲେ- ଆଜି ଏକ ୩ଡି ଚଷମା ମଗାଇଛି; ଏଥିରେ ମୁଁ ବିଶ୍ୱକପ୍‍ ଖେଳିବି।

ଏହି ଟ୍ୱିଟରୁ ରାୟୁଡୁଙ୍କ ମନୋଭାବ ସ୍ପଷ୍ଟ ହୋଇ ଯାଇଥିଲା। ସେ ଏକାଥରକେ ମନୋନୟନକାରୀ ଓ ବିଜୟ ଶଙ୍କରଙ୍କୁ ଆକ୍ଷେପ କରିଥିଲେ। ପରେ ଅନେକ କ୍ରିକେଟପ୍ରେମୀ ଏହି ‘୩ଡି’ ମନ୍ତବ୍ୟ ନେଇ ବିଜୟ ଶଙ୍କରଙ୍କୁ ଟ୍ୱିଟର ଜରିଆରେ ସମାଲୋଚନା କରିଥିଲେ। ୨ ବର୍ଷ ତଳର ଉକ୍ତ ଘଟଣା ଉପରେ ରବିବାର ମୁହଁ ଖୋଲିଛନ୍ତି ଶଙ୍କର। ସେ କହିଛନ୍ତି, ଏଥିରେ ମୋର କୌଣସି ଦୋଷ ନଥିଲା। ମନୋନୟନକାରୀ ମୋ ସହ ‘୩ଡି’ ଶବ୍ଦ ଯୋଡ଼ିଦେଲେ କ୍ରିକେଟ୍‍ପ୍ରେମୀ ଏହାକୁ ନେଇ ମୋତେ ସମାଲୋଚନା କଲେ।

- Advertisement -

ବିଶ୍ୱକପରେ ମୁଁ ୩ଟି ମ୍ୟାଚ୍‍ ଖେଳି ସେପରି ଖରାପ ପ୍ରଦର୍ଶନ କରିନଥିଲି। ଆଇପିଏଲରେ ମଧ୍ୟ ମୋର ବ୍ୟାଟିଂ ଅର୍ଡରକୁ ବାରମ୍ବାର ପରିବର୍ତ୍ତନ କରା ଯାଉଥିଲା। ବହୁତ ଲୋକ ମୋତେ ରାୟୁଡୁଙ୍କ ସହ ତୁଳନା କରିଥାଆନ୍ତି। ତେବେ ଆମ ଦୁହିଁଙ୍କ ବ୍ୟାଟିଂ ଅର୍ଡର ଏବଂ ଆମେ ଖେଳୁଥିବା ବ୍ୟାଟିଂ ଅର୍ଡର ଭିନ୍ନ। ଏହାକୁ ଦେଖି ଆମକୁ ତୁଳନା କିମ୍ବା ସମାଲୋଚନା କରିବା ଉଚିତ। ବିଶ୍ୱକପରେ ବିଜୟ ଶଙ୍କର ୩ଟି ମ୍ୟାଚ୍‍ ଖେଳି ୫୮ ରନ୍‍ କରିଥିଲେ। ଏବେ ଭାରତୀୟ ଦଳରୁ ବାଦ୍‍ ପଡ଼ିଥିବା ଶଙ୍କର କହନ୍ତି ଯେ ରାୟୁଡୁଙ୍କ ସହ ତାଙ୍କର ସୁସମ୍ପର୍କ ଅଛି। ମୋର ତାଙ୍କ ପ୍ରତି କିଛି ବିଦ୍ୱେଷ ଭାବ ନାହିଁ। ସାକ୍ଷାତ ହେଲେ ଆମେ ଭଲରେ କଥାବାର୍ତ୍ତା କରୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories