www.samajalive.in
Monday, December 8, 2025
24.1 C
Bhubaneswar

ଗାଁ ଗଣ୍ଡାରେ ବ୍ୟାପିଲାଣି ସଂକ୍ରମଣ, ନିଘୋଡ଼ ନିଦ୍ରାରେ ସରକାର:ବିଜେପି

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର କାରଣରୁ ଅନ୍ୟ ରାଜ୍ୟଗୁଡିକରେ ତାଲାବନ୍ଦ କଟକଣା ଯୋଗୁଁ ପ୍ରବାସୀମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ଗତଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ସମୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ ବ୍ୟାପିଥିଲା, ହେଲେ ସେତେବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଉଥିଲା। ମାତ୍ର ଏବେ ପ୍ରବାସୀଙ୍କର ନା ପରୀକ୍ଷା ହେଉଛି ନା ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଉଛି। ସଂକ୍ରମଣର ଦ୍ୱିତୀୟ ଲହରରେ ଗତ କିଛି ଦିନ ହେଲା ଓଡିଶାରୁ ଦୈନିକ ୧୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯଦି ବର୍ତ୍ତମାନଠାରୁ ରାଜ୍ୟ ସରକାର ଉଚିତ୍‍ ଓ ବିହିତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗକୁ ସ୍ଥିତି ସାଂଘାତିକ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ଗତବର୍ଷ ଗ୍ରାମାଞ୍ଚଳରେ ସଙ୍ଗରୋଧର ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ବ୍ୟବହୃତ ବହୁ ସାମଗ୍ରୀ କିଣାଯାଇଥିଲା। ଚଳିତବର୍ଷ ଅପେକ୍ଷା ଏବର୍ଷ ତିନିଗୁଣା ଦୈନିକ ସଂକ୍ରମଣ ବଢ଼ିଥିଲେ ହେଁ ସେହି ବ୍ୟବସ୍ଥା ସରକାର ଏପର୍ଯ୍ୟନ୍ତ ଲାଗୁ କରି ନାହାନ୍ତି। ଗାଁ ଗଣ୍ଡାରେ ଏବେ ସଂକ୍ରମଣ ଦ୍ରୁତଗତିରେ ମାଡି ଚାଲିଛି। ନମୁନା ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏମିତିକି ଭ୍ରାମ୍ୟମାଣ ନମୁନା ପରୀକ୍ଷାର ଆବଶ୍ୟକତା ରହିଛି। ସରକାର ଯଦି ଏବେ ତ୍ୱରିତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ପରିସ୍ଥିତି ଅସମ୍ଭାଳ ହେବ।

- Advertisement -

ସେ କହିଛନ୍ତି ଯେ ରାଜ୍ୟରେ ଏବେ ଟିକାଦାନ ସ୍ଥାନରେ ଅବ୍ୟବସ୍ଥା କାରଣରୁ ଲୋକଙ୍କୁ ବହୁତ ସମୟ ଧରି ଖରାରେ ଛିଡା ହେବାକୁ ପଡୁଛି। ଲମ୍ବା ଧାଡିରେ ଠିଆ ହୋଇ ଅନେକ ଚେତାଶୂନ୍ୟ ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଖରାରୁ ରକ୍ଷା ପାଇବା ପାଇଁ ପରୀକ୍ଷା ଏବଂ ଟିକାପ୍ରଦାନ ସ୍ଥାନରେ ତମ୍ବୁ ଟଣାଯାଉ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉ। ଗ୍ରାମାଞ୍ଚଳରେ ଏହି ସଂକ୍ରମଣହାରକୁ ହ୍ରାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ତାକୁ ଗ୍ରହଣ କରି ଗ୍ରାମାଞ୍ଚଳରେ ‘କୋଭିଡ୍‍ କ୍ରାଇସିସ୍‍ ମ୍ୟାନେଜମେଂଟ କମିଟି’ ଗଠନ କରାଯାଉ। ଏହି କମିଟିରେ ସେହି ଅଞ୍ଚଳର ସମାଜର ପ୍ରତିଷ୍ଠିତ ବ୍ୟକ୍ତି,ସ୍ୱେଚ୍ଛାସେବୀ ଓ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ୍‍ କଲେ କରୋନା ମୁକାବିଲା ଆହୁରି ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories