www.samajalive.in
Sunday, December 7, 2025
26.1 C
Bhubaneswar

ଟିକାକରଣ ପରେ ୯୭.୩୮% ବ୍ୟକ୍ତି ସୁରକ୍ଷିତ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ କରୋନା ଟିକାକରଣ ପରେ ୯୭.୩୮% ବ୍ୟକ୍ତି ସୁରକ୍ଷିତ ରହୁଛନ୍ତି। ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଯଦି କେହି ସଂକ୍ରମିତ ହେଉଛନ୍ତି ସେମାନଙ୍କ ଡାକ୍ତରଖାନା ଯିବା ଆଶଙ୍କା କମ୍। ଟିକାକରଣ ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୦.୦୬% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ଇନ୍ଦ୍ରପ୍ରସ୍ଥ ଆପୋଲୋ ଚିକିତ୍ସାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ସୂଚନା ଅନୁସାରେ, ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଡାକ୍ତରଖାନାର ସ୍ବାସ୍ଥ୍ୟକର୍ମୀମାନଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା, ଯେଉଁମାନଙ୍କଠାରେ କୋଭିଡ-୧୯ ଲକ୍ଷଣ ଦେଖିବାକୁ ମିଳିଥିଲା।

ପ୍ରଥମ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଥିଲା। ଏହାର ଫଳାଫଳକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହାକୁ ଚିକିତ୍ସା ସମ୍ବନ୍ଧୀୟ ପତ୍ରିକାରେ ପ୍ରକାଶ କରିବା ଲାଗି ବିଚାର କରାଯାଉଛି। ଆପୋଲୋ ଗ୍ରୁପ ନିର୍ଦେଶକ ଡାକ୍ତର ଅନୁପମ ସିବଲ କହିଛନ୍ତି, କରୋନାର ୨ୟ ଲହର ସମୟରେ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି। ଟିକାକରଣ ଅଭିଯାନ ଜାରି ରହିଥିଲେ ହେଁ ସଂକ୍ରମଣ ହ୍ରାସ ପାଉନାହିଁ। ଟିକାକରଣ ପରେ ବି ଲୋକ ସଂକ୍ରମିତ ହେଉଛନ୍ତି। ଯାହାକୁ ବ୍ରେକ୍‌ ଥ୍ରୁ ସଂକ୍ରମଣ କୁହାଯାଏ। ଏହି ସଂକ୍ରମଣ କିଛି ଲୋକଙ୍କଠାରେ ଅଧା ଟିକାକରଣ କିମ୍ବା ପୂର୍ଣ୍ଣ ଟିକାକରଣ ପରେ ହୋଇଥାଏ।

- Advertisement -

ଡାକ୍ତର ସିବଲ ଆହୁରି କହିଛନ୍ତି ଟିକାକରଣ ୧୦୦ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇ ନ ଥାଏ। ସମ୍ପୂର୍ଣ୍ଣ ଟିକାକରଣ ପରେ ଏହା ସଂକ୍ରମଣ ଜନିତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାଠାରୁ ରକ୍ଷା କରିଥାଏ। ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ଟିକାକରଣ ପରେ ୯୭.୩୮% ଲୋକ ସଂକ୍ରମଣରୁ ରକ୍ଷା ପାଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ହାର କେବଳ ୦.୦୬% ଥିଲା। ବ୍ରେକ୍‌ ଥ୍ରୁ ସଂକ୍ରମଣ ହାର ଅତ୍ୟନ୍ତ ନଗଣ୍ୟ ଏବଂ ତାହା ସାଧାରଣ ସଂକ୍ରମଣ ଭଳି। ଏହାଦ୍ବାରା ଗୁରୁତର ସ୍ଥାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉ ନ ଥିବା ଅଧ୍ୟୟନରୁ ଜଣାପଡ଼ିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories