www.samajalive.in
Sunday, December 14, 2025
19.1 C
Bhubaneswar

ପୁଣି ଧରାପଡିଲା ପାକିସ୍ତାନର ମିଛ

ନୂଆଦିଲ୍ଲୀ.- ଇମ୍ରାନ୍‌ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ  ଭାବେ  ଶପଥ ଗ୍ରହଣ କରିଛନ୍ତି । ଇମ୍ରାନଙ୍କର ଏହି ରାଜନୈତିକ ସଫଳତା ପାଇଁ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ଏକ ଅଭିନନ୍ଦନ ପତ୍ର ଲେଖିଥିଲେ । ଏହି ପତ୍ରରେ ମୋଦୀ ପାକିସ୍ତାନ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ଆରମ୍ଭ କରିବା କଥା ଉଲ୍ଲେଖ କରିଥିବା  ପାକିସ୍ତାନରେ ନବ ନିଯୁକ୍ତ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କହିଥିଲେ । ଏହାପରେ ବିତର୍କ ଆରମ୍ଭ ହୋଇଥିଲା ।

ଏହାପରେ ପାକିସ୍ତାନ ପକ୍ଷରୁ ସଫେଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିବା ପତ୍ରରେ କଥାବାର୍ତ୍ତା କଥା କିଛି ଉଲ୍ଲେଖ କରି ନ ଥିବା କଥା ପାକିସ୍ତାନ ସଫେଇ ଦେଇଛି । ମାତ୍ର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ସକାରତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ପତ୍ରରେ ଉଲ୍ଲେଖ କରିଥିବା ଲେଖିଥିବା ପାକିସ୍ତାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

- Advertisement -

 

ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କଥାବାର୍ତ୍ତା ଆରମ୍ଭ କରିବା ବିଷୟରେ ନରେନ୍ଦ୍ର ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିବା କଥା  ପାକିସ୍ତାନର ନବ ନିଯୁକ୍ତ ବିଦେଶ ମନ୍ତ୍ରୀ ଶାହା ମେହମ୍ମୁଦ ଖୁରେସୀ କହିଥିଲେ । ଇମ୍ରାନ ଖାନ୍‌ଙ୍କୁ ଲେଖିଥିବା ପତ୍ରରେ ମୋଦୀ ଏ ବିଷୟରେ ଉଲ୍ଲେଖ କରିଥିବା କଥା ଖୁରେସୀ କହିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories