କଟକ : ଚଳିତ ବର୍ଷର ଦ୍ୱିତୀୟ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର www.bseodisha.ac.inରେ ସୋମବାରଠାରୁ ଉପଲବ୍ଧ କରାଯାଇଛି। ଷ୍ଟଡି ସେଣ୍ଟରଗୁଡ଼ିକର ମୁଖ୍ୟମାନେ ଆଡ୍ମିଟ୍ କାର୍ଡ ୱେବସାଇଟ୍ରୁ ଡାଉନ୍ଲୋଡ୍ କରିବା ପରେ ଦସ୍ତଖତ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବେ। ଏହାବାଦ୍ ଅନ୍ୟ କୌଣସି ମୁଦ୍ରିତ ଆଡ୍ମିଟ୍ କାର୍ଡ ବୋର୍ଡ ପକ୍ଷରୁ ଯୋଗାଇ ଦିଆଯିବ ନାହିଁ। ଚଳିତ ପରୀକ୍ଷା ପାଇଁ ୧୪୦୬୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସମଗ୍ର ରାଜ୍ୟରେ ମୋଟ ୬୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଚିତ୍ରାଙ୍କନ ଓ ଗୃହ ବିଜ୍ଞାନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀ କେବଳ ପ୍ରଶ୍ନୋତ୍ତର ପତ୍ର ଜରିଆରେ ପରୀକ୍ଷା ଦେବେ। ମଲଟିପ୍ଲ ଚଏସ୍ ପ୍ରଶ୍ନ ପାଇଁ କୌଣସି ଓଏମ୍ଆର୍ ସିଟ୍ ପ୍ରଦାନ କରାଯିବ ନାହିଁ। ପରୀକ୍ଷା ଉପସ୍ଥାନ ଫର୍ଦ ୨୫ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇ ଦିଆଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
୨୯ରୁ ଷ୍ଟେଟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା
Popular Categories



