www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ହଟସ୍ପଟ ପାଲଟିଛି ସାମ୍ପୋଚ୍ ଗାଁ

ହରଭଙ୍ଗା: ହରଭଙ୍ଗା ବ୍ଲକର ସାମ୍ପୋଚ ଗ୍ରାମ ଏବେ କରୋନା ହଟସ୍ପଟ ପାଲଟିଛି। ରବିବାର ଗାଁରୁ ଏକାବେଳେ ୩୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ତିନି ଚାରି ଦିନ ହେଲା ଗାଁରେ ସଂକ୍ରମିତ ସଂଖ୍ୟା ଦ୍ରୁତ ଗିତିରେ ବୃଦ୍ଧି ପାଉଛି।

ଆଜିର ରିପୋର୍ଟ ଅନୁସାରେ, ବ୍ଲକରୁ ୧୦୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମିତକୁ ମିଶାଇ ବ୍ଲକରେ ଆକ୍ରାନ୍ତ ସଂଖ୍ୟା୧୩୦୪ରେ ପହଞ୍ଚିଛି। ଆଜିର ତାଲିକାରେ ସମ୍ପୋଚରୁ ସର୍ବାଧିକ ୩୫ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରାଧାନଗର ପଂଚାୟତ ବାଲିପୁରରୁ ୨୨ଜଣ, ବାମଣ୍ଡା ପଂଚାୟତ ବାଲିପଟାରୁ ୧୨ଜଣ, ପଙ୍କୁଆଳରୁ ୦୭ଜଣ, ବାମଣ୍ଡାରୁ ୦୩ଜଣ, ଛତ୍ରପୁରରୁ ୦୩ଜଣ, ସରସରା, କୁମାରୀ, ଭେଜିଗୁଡା, ଅରଖପଦର, ଭାଲିଆଗୁଡାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୃଷ୍ଣପାଲ୍ଲୀ, ମଲ୍ଲିକପଡା, ଶ୍ୟାମସୁନ୍ଦରପୁର, କୋଇଲିସୂତା, ପୁରୁଣାକଟକ, କେଳାକଟା, ଖରଶଙ୍କୁଲେଇ, ଯାବର, ଧଳପୁର, ଚାରିଛକ ଏବଂ ତାଳବାହାଲରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ ବ୍ଲକରୁ ସମୁଦାୟ ୨୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୦୫ଜଣଙ୍କ ମୃତ୍ୟୁ ଘଟିଛି। ୧୧୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବର୍ତମାନ ୧୦୧୭ ସକ୍ରିୟ ମାମଲା ରହିଥିବା ଜଣାପଡିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories