www.samajalive.in
Sunday, December 7, 2025
23.1 C
Bhubaneswar

ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପନେଲା ତଉକତେ: ୧୮ରେ ଗୁଜରାଟ ଉପକୂଳ ଅତିକ୍ରମ କରିବ

ନୂଆଦିଲ୍ଲୀ: ଆରବ ସାଗରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପ ନେଇଛି। ଏହା ଚଳିତ ମାସ ୧୮ ତାରିଖରେ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି ଯେ ତଉକତେ ପ୍ରଭାବରେ ଇତିମଧ୍ୟରେ କେରଳ, କର୍ଣ୍ଟାଟକ, ଗୋଆ, ମହାରାଷ୍ଟ୍ର ଆଦି ରାଜ୍ୟରେ ଭୀଷଣ ବର୍ଷା ଲାଗିରହିଛି। ଇତିମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଝଡ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୧୬ଟି ପରିବହନ ବିମାନ ଏବଂ ୧୮ଟି ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି। ସମଗ୍ର ଦେଶ କୋଭିଡ ମହାମାରୀ ବିରୁଦ୍ଧରେ ଲଢେଇ କରୁଥିବାବେଳେ ଏହା ଚଳିତ ବର୍ଷର ପ୍ରଥମ ବାତ୍ୟା। ଘରୋଇ ପାଣିପାଗ ପର୍ଯ୍ୟବେକ୍ଷର ସଂସ୍ଥା ସ୍କାଇମେଟ୍‍ ପକ୍ଷରୁ କୁହାଯାଇଛି ଯେ ଏହା ଗୁଜରାଟରେ ଦ୍ୱାରକା ନିକଟରେ ଭୂଭାଗକୁ ଛୁଇଁବ। ସେତେବେଳେ ପବନର ଘଣ୍ଟାପ୍ରତି ବେଗ ୧୪୦ରୁ ୧୫୦ କିଲୋମିଟର ରହିବ ଏବଂ ସମୟେ ସମୟେ ଏହା ୧୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ସ୍ଥଳଭାଗ ଛୁଇଁବା ପରେ ଏହା କଛ ଉପସାଗରରେ ପ୍ରବେଶ କରି ନାଲିୟା ଅଥବା ଦକ୍ଷିଣ ପାକିସ୍ତାନ ଆଡକୁ ଗତି କରିବ। ପ୍ରଧାନମନ୍ତ୍ରୀ ଏହି ସାମୁଦ୍ରିକ ଝଡ ଜନିତ ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories