www.samajalive.in
Saturday, December 6, 2025
26.1 C
Bhubaneswar

ଉଲଫା (ଆଇ)ର ଅସ୍ତ୍ରବିରତି ଘୋଷଣା

ଗୁଆହାଟି: ବେଆଇନ ଘୋଷିତ ଆସାମର ବିଦ୍ରୋହୀ ୟୁନାଇଟେଡ ଲିବିରେସନ ଫ୍ରଣ୍ଟ ଅଫ ଆସାମ (ଇଣ୍ଡିପେଣ୍ଡେଣ୍ଟ) ବା ଉଲଫା (ଆଇ) ପକ୍ଷରୁ ତିନିମାସ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିବେଦନକ୍ରମେ ଉଲଫା ଏଭଳି ନିଷ୍ପତ୍ତି ନେଇଥିବା ଗୋଷ୍ଠୀର ମୁଖ୍ୟ ପରେଶ ବରୁଆ କହିଛନ୍ତି। ଶନିବାର ଶ୍ରୀ ବରୁଆ ଚୀନ-ମ୍ୟାଁମାର ସୀମାନ୍ତରେ ଥିବା ନିଜର ଗୋପନସ୍ଥାନରୁ ଏକତରଫା ଅସ୍ତ୍ରବିରତି ଘୋଷଣା କରିବା ସହିତ ତାହା ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି। ଗଣମାଧ୍ୟମ ନିକଟରେ ପହଞ୍ଚିଥିବା ଏକ ବିବୃତିରେ ସେ କହିଛନ୍ତି ଯେ କରୋନା ସଂକ୍ରମଣ ଜନିତ ପରିସ୍ଥିତି କାରଣରୁ ଉଲଫା (ଆଇ) ତାହାର ସମସ୍ତ ସାମରିକ କାର୍ଯ୍ୟକଳାପ ଆଗାମୀ ତିନିମାସ ପର୍ଯ୍ୟନ୍ତ ସ୍ଥଗିତ ରଖୁଥିବା ବିଷୟ ସେ ଆସାମର ମୂଳ ଅଧିବାସୀଙ୍କ ଅବଗତି ନିମନ୍ତେ ଜଣାଉଛନ୍ତି। ଏହି ଅବସରରେ ଶ୍ରୀ ବରୁଆ ଅଭିଯୋଗ କରିଛନ୍ତି ଯେ ଭାରତୀୟ ନିରାପତ୍ତା ବାହିନୀ ଏବଂ ଆସାମ ପୁଲିସର କିଛି ଅଧିକାରୀ ଉଲଫା (ଆଇ) ଭାବମୂର୍ତ୍ତିରେ ଆଞ୍ଚ ଆଣିବା ଷଡଯନ୍ତ୍ର କରିଛନ୍ତି। ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କର ବିଶ୍ୱସ୍ତ ବ୍ୟକ୍ତି ଏବଂ ଉଲଫା (ଆଇ) ପ୍ରତିନିଧିଙ୍କ ମଧ୍ୟରେ ପୁନଃ ଶାନ୍ତି ଆଲୋଚନା ଆରମ୍ଭ କରିବା ସମ୍ଭାବନା ଉପରେ ପ୍ରାଥମିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିା। ଏବେ ଶ୍ରୀ ଶର୍ମା ମୁଖ୍ୟମନ୍ତ୍ରୀ ହେବାପରେ ଶ୍ରୀ ଶର୍ମାଙ୍କ ଅନୁରୋଧକୁ ରକ୍ଷାକରି ଉଲଫା (ଆଇ) ଅସ୍ତ୍ରବିରତି ଘୋଷଣା କରିଥିବା କୁହାଯାଉଛି। ଇତିମଧ୍ୟରେ ଆସାମର ଜଣେ ପ୍ରାକ୍ତନ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ ହିମନ୍ତ ବିଶ୍ୱ ଶର୍ମା ଛାତ୍ର ଜୀବନରୁ ପରେଶ ବରୁଆ ଏବଂ ଆତ୍ମସମର୍ପଣ କରିଥିବା ଉଲଫା ନେତାମାନଙ୍କ ସହିତ ଉତ୍ତମ ସଂପର୍କ ରଖିଆସିଛନ୍ତି। ଶର୍ମା ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ନିଶ୍ଚିତ ହେବା ପର୍ଯ୍ୟନ୍ତ ଶାନ୍ତି ଆଲୋଚନା ପୁନଃ ଆରମ୍ଭ କରିବାକୁ ଅପେକ୍ଷା କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories