www.samajalive.in
Sunday, December 7, 2025
13.1 C
Bhubaneswar

ଭାରତର କୋଭିଡ ସ୍ଥିତି ବିଶ୍ୱର ଅନ୍ୟ ସବୁରାଷ୍ଟ୍ର ଠାରୁ ଭଲ ରହିଛି: ଜନ୍‍ ହପକିନ୍ସ ବିଶ୍ୱବିଦ୍ୟାଳୟ

ୱାଶିଂଟନ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ହୁଏତ ଦେଶରେ ଭୟାନକ ପରିସ୍ଥିତି ସୃଷ୍ଟିକରିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଆଶାତୀତ ହୋଇଛି, ଯାହା ଗତବର୍ଷ ତୁଳନାରେ ବହୁଗୁଣ ବୃଦ୍ଧିପାଇଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଦେଶରେ ଥିବା ଡାକ୍ତରଖାନାଗୁଡିକରେ ଶଯ୍ୟା, ଅମ୍ଳଜାନ, ଭେଣ୍ଟିଲେଟର, ଏପରିକି ଡାକ୍ତର ଏବଂ ସେବିକାମାନଙ୍କର ଅଭାବ ପରିଲକ୍ଷିତ ହେଉଛି। ପରିସ୍ଥିତିର ମୁକାବିଲା କରିବାକୁ ସରକାର, ଡାକ୍ତର, ସେବିକା, ପୁଲିସ ଏବଂ ସମସ୍ତ ଅତ୍ୟାବଶ୍ୟକ ସେବା ଯୋଗାଣକାରୀମାନେ ଦିନରାତି ପରିଶ୍ରମ କରୁଛନ୍ତି। କୋଭିଡର ଦ୍ୱିତୀୟ ତରଙ୍ଗ ଭାରତ ପ୍ରତି ସ୍ୱାସ୍ଥ୍ୟଗତ, ସାମାଜିକ, ଅର୍ଥନୈତିକ ଆଦି କ୍ଷେତ୍ରରେ ଗୁରୁତର କ୍ଷତି ପହଞ୍ଚାଇଛି। ତଥାପି ଭାରତର କୋଭିଡ ପରିସ୍ଥିତି ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ର ତୁଳନାରେ ଭଲ ରହିଥିବା କହିଛି ଜନ୍‍ ହପକିନ୍ସ ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରେ କୁହାଯାଇଛି ଯେ ବେଲଜିୟମ, ଇଟାଲି, ବ୍ରିଟେନ, ଏପରିକି ଆମେରିକା ଠାରୁ ମଧ୍ୟ ଭାରତ ଭଲ ସ୍ଥିତିରେ ରହିଛି। ଏକ ହିସାବ ଉପସ୍ଥାପନ କରି ଜନ୍‍ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବେଲଜିୟମରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ କୋଭିଡ ଜନିତ ମୃତ୍ୟୁ ୨୧୪ ଥିବାବେଳେ ଇଟାଲିରେ ତାହା ୨୦୪, ବ୍ରିଟେନରେ ୧୯୧ ଏବଂ ଆମେରିକାରେ ୧୭୭ ରହିଛି। ଅନ୍ୟପକ୍ଷରେ ଭାରତରେ ଏହି ମୃତ୍ୟୁ ସଂଖ୍ୟା ୧୮.୦୧ ରହିଛି। ଫ୍ରାନ୍ସ, ସ୍ୱିଡେନ, ସ୍ୱିଜରଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ଭଳି ରାଷ୍ଟ୍ରରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୧୫୯, ୧୩୮, ୧୨୫, ୧୧୭ ଏବଂ ୧୦୨ ରେକର୍ଡ କରାଯାଇଛି। ଏଥିସହିତ ଭାରତର ତିନିଟି କୋଭିଡ  ହଟସ୍ପଟ ବିବେଚିତ ହେଉଥିବା ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଛତିଶଗଡରେ ସଂପ୍ରତି ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ଯାହା ଆଶ୍ୱସ୍ତିର ବିଷୟ ହୋଇଛି। ଭାରତରେ କୋଭିଡ ଜନିତ ମୃତ୍ୟୁହାର ମାତ୍ର ୧.୧୨, ଯାହା ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରଠାରୁ କମ୍‍ ରହିଥିବାବେଳେ ଦେଶରେ ଆରୋଗ୍ୟ ହାର ୯୮.୮୮ ପ୍ରତିଶତ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories