www.samajalive.in
Friday, December 12, 2025
14.1 C
Bhubaneswar

ତାଲାବନ୍ଦ ଯୋଗୁଁ ଫଳ ବ୍ୟବସାୟୀଙ୍କ ଜୀବିକା ଉପରେ ପ୍ରଭାବ

ନବରଙ୍ଗପୁର : କରୋନା ମହାମାରୀର ପ୍ରଭାବରେ ସାରା ରାଜ୍ୟରେ ତାଲାବନ୍ଦ ଲାଗିରହିଥିବା ବେଳେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପଡୁଥିବା ଦେଖିବାକୁ ମିଳିଥିବା ବେଳେ ରାସ୍ତାକଡରେ ବସୁଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ଜୀବିକା ଉପରେ ବହୁତ ପ୍ରଭାବ ପଡ଼ିଛି | ନବରଙ୍ଗପୁର ଜିଲ୍ଲାର ଫଳ ବ୍ୟବସାୟୀଙ୍କ ନିକଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି | ନବରଙ୍ଗପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ପ୍ରଶାସନ ତରଫରୁ କରୋନା କଟକଣା ଏବଂ ଯାଞ୍ଚ  କଡାକଡି କରାଯାଉଛି |

ଜିଲ୍ଲାରେ ପ୍ରତ୍ୟେକ ସପ୍ତାହର ଶନିବାର ଏବଂ ରବିବାର ସମ୍ପୂର୍ଣ ସଟଡାଉନ ସହ ବଳକା ଦିନ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ପନିପରିବା, ଫଳ ଦୋକାନ, ଗ୍ରୋସରୀ ଦୋକାନ ସହ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବାକୁ ଅନୁମତି ମିଳିଅଛି | ଏପରି ସ୍ଥଳେ ଛୋଟ ଛୋଟ ଫଳ ଦୋକାନ ଗୁଡିକରେ ବିକ୍ରି କରିବାକୁ ଆଣିଥିବା ଫଳ ମୂଳ ଆଦି ଦୋକାନ ବନ୍ଦ ରହିବା ଫଳରେ ଖରାପ ହୋଇ କ୍ଷତି ସହୁଛନ୍ତି |  ନିଜର ପରିବାର ଚଳାଇବା ପାଇଁ କଷ୍ଟକର ହୋଇପଡୁଥିବା ଯୋଗୁଁ ଦୋକାନ ଛାଡି ଫଳ ଦୋକାନୀ ମନେ ଗ୍ରାମର ଉପକଣ୍ଠ ନିଛାଟିଆ ଜାଗା ତଥା ରାଜରାସ୍ତା କଡ଼ରେ ହେଉ କି ସାହି ରାସ୍ତାର ଡ୍ରେନ ନିକଟରେ ବସି ଫଳ ବିକି ଗୁଜୁରାଣ ମେଣ୍ଟାଉ ଥିବା ଦେଖିବାକୁ ମିଳିଛି | ଏପରି ଘଟଣା ଆଜି ପାପଡାହାଣ୍ଡି ସହରରେ ଦେଖିବାକୁ ମିଳିଅଛି | ପାପଡାହାଣ୍ଡି ବଜାର ରାସ୍ତା କଡରେ ଫଳ ବିକୁଥିବା ପ୍ରାୟ ୬/୭ ଜଣ ଫଳ ବ୍ୟବସାୟୀ ମlନେ ଫଳ ସବୁ ନଷ୍ଟ ହୋଇଯିବା ଆଶଙ୍କରେ ପାପଡାହାଣ୍ଡି ଡାବୁଗାଁ ରାସ୍ତାର ଟୁରି ନଦୀ ପାର୍ଶ୍ଵରେ ୪/୫ ଜଣ ବ୍ୟବସାୟୀ, ପାପଡାହାଣ୍ଡି ମୈଦଲପୁର ରାସ୍ତାର ପାର୍ଶ୍ଵ ଏବଂ ସାହି ଭିତରେ ଥିବା ଡ୍ରେନ କଡରେ ଖରା ତମାମ ବସି ଫଳ ବିକିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଅଛି | ରାସ୍ତାରେ କିଛିଲୋକ ଯେଉଁମାନେ ଜରୁରୀ କାର୍ଯ୍ୟରେ ଯିବାଆସିବା କରୁଛନ୍ତି ସେମାନଙ୍କ ମଧ୍ୟରୁ କିଛିଲୋକ ଫଳମୂଳ କିଣିଦେଲେ ତ ଦୁଇ ପଇସା ରୋଜଗାର ହେଉଛି ନଚେତ ପୁଣି ଖାଲି ହାତରେ ଘରକୁ ଫେରୁଥିବା କହିଛନ୍ତି ଜଣେ ପାପଡାହାଣ୍ଡିର ବିଧବା ମହିଳା ଫଳ ବ୍ୟବସାୟୀ ସଂଜୁ ଭତରା ସେ କହିବା ଅନୁଯାଇ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ନିଜର 2ଟି ଝିଅ ଏବଂ ବେସାହାରା ଥିବା 2ଭଉଣୀଙ୍କୁ ନେଇ ସେ ଘର କରି ଚାଲୁଥିବା ବେଳେ ପେଟ ପାଇଁ ପାପଡାହାଣ୍ଡି ମୁଖ୍ୟ ବଜାରର ରାସ୍ତା କଡରେ ମାର୍କେଟରୁ ଆମ୍ବ, କଦଳୀ, ଏପଲ ଏବଂ ଲେମ୍ବୁ ଆଦି ଆଣି ବିକ୍ରି କରି ଦୁଇ ପଇସା ରୋଜଗାର କରି କଷ୍ଟେ ମଷ୍ଟେ ଚାଲିଯାଉଥିଲେ | ବର୍ତମାନ କରୋନା କଟକଣା ଯୋଗୁଁ ଆଉ ବଜାରରେ ଦୋକାନ ଖୋଲିବାକୁ ଅନୁମତି ନ ମିଳିବା ଯୋଗୁଁ ବାଧ୍ୟ ହୋଇ ଗାଁ ମୁଣ୍ଡ ରାସ୍ତା କଡରେ ନିଜର ଛୋଟ ଛୋଟ ଛୁଆଙ୍କୁ ଧରି ଫଳ ବିକୁଥିବା ଦୃଶ୍ୟ ଦେଖିବାକୁ ମିଳିଛି, ହେଲେ ବି ପୋଲିସ ସଟ ଡାଉନ ସମୟରେ ଦୋକାନ ଖୋଲିଲେ ଲାଲ ଆଖି ଦେଖାଉଥିବା ବେଳେ ସେମାନଂକୁ ହାତ ଯୋଡି ଅନୁରୋଧ କରି ଗାଁ ମୁଣ୍ଡରେ ଖରାରେ ବସିରହି ବାଟୋଇ ମାନଙ୍କୁ କିଛି ବିକ୍ରି କରି ସେଥିରେ ପେଟ ପୋଷୁଛୁ ବୋଲି କହିଛନ୍ତି ସଂଜୁ | ପ୍ରଚଣ୍ଡ ଖରା ସାଙ୍ଗକୁ ଫଳ ଗୁଡାକ ପଡି ରହି କ୍ଷତି ସହୁଥିବା କହିଛନ୍ତି | କରୋନା ଯୋଗୁଁ ସେମାନଙ୍କ ଜୀବନ ଜୀବିକା ଉପରେ ଭାରି ପ୍ରଭାବ ପଡ଼ିଥିବା ଦେଖା ଦେଇଛି |

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories