www.samajalive.in
Friday, December 12, 2025
14.1 C
Bhubaneswar

୧୦ ରାଜ୍ୟରେ ୮୫% କରୋନା ସଂକ୍ରମିତ, ବଢୁଛି ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ ଯେତେ ସଂଖ୍ୟକ କରୋନା ସଂକ୍ରମିତ ଅଛନ୍ତି ତାହାର ୮୫ % ପ୍ରତିଶତ ​କେବଳ ୧୦ ରାଜ୍ୟରେ ଅଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧୧ ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ରୋଗୀ ରହିଛନ୍ତି। ୮ ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ସକ୍ରିୟ ରୋଗୀ ରହିଛନ୍ତି। ୧୭ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୫୦ ହଜାରରୁ କମ୍‌ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ ଏବଂ ଛତିଶଗଡ଼ ଭଳି ରାଜ୍ୟରେ ସଂକ୍ରମଣ ହାର ଅଧିକ ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ତାମିଲନାଡୁ ସବୁଠୁ ବେଶୀ ଚିନ୍ତାର ବିଷୟ। ଗତ ଏକ ସପ୍ତାହରେ ଏଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଛି। ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହେବାର ହାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୮ କୋଟି ଲୋକଙ୍କୁ ଟିକା ଦିଅଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଅଗ୍ରୱାଲ କହିଛନ୍ତି ଯେ, ମହାମାରୀର ବ୍ୟାପକତାକୁ ରୋକିବା ପାଇଁ ଆବଦ୍ଧାଞ୍ଚଳ ପ୍ରୟାସ ସଫଳ ହେଉଛି। ଭାରତରେ ମୋଟ ସକାରାତ୍ମକତା ହାର, ଯାହା ଗତ ସପ୍ତାହରେ ୨୧.୯ ପ୍ରତିଶତ ଥିଲା, ଏବେ ସେଥିରେ ହ୍ରାସ ଘଟି ୧୯.୮ ପ୍ରତିଶତକୁ ଖସିଆସିଛି। ଦିଲ୍ଲୀ, ଛତିଶଗଡ଼, ହରିୟାଣା ଓ ମଧ୍ୟପ୍ରଦେଶରେ ସକାରାତ୍ମକତା ହାର ହ୍ରାସ ପାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories