www.samajalive.in
Saturday, December 13, 2025
21.1 C
Bhubaneswar

ପରିସ୍ଥିତି ଜଟିଳ, ସୀମାରେ ଅନେକ ବାଟ ମୁକୁଳା

ଜଳେଶ୍ୱର: ବାଲେଶ୍ୱର ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କରୋନା ସଙ୍କ୍ରମଣଜନିତ ପରିସ୍ଥିତି ଦିନକୁ ଦିନ ଜଟିଳ ହୋଇ ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପଶ୍ଚିମବଙ୍ଗ ସୀମା ସଂଲଗ୍ନ ଜିଲାର ଦୁଇଟି ବ୍ଳକରେ ସଙ୍କ୍ରମଣ ଦ୍ରୁତ ବଢୁଥିବା ବେଳେ ଏ ଅଞ୍ଚଳ ସନ୍ନିକଟ ଆଉ ଦୁଇଟି ବ୍ଲକରେ ମଧ୍ୟ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କଟକଣା ସତ୍ତ୍ବେ ସୀମାରେ ଯା’ଆସ ଚାଲିଥିବାରୁ ସଙ୍କ୍ରମଣ ବଢୁଥିବା ଜଣାଯାଇଛି। ସମ୍ପୃକ୍ତ ଚାରି ବ୍ଲକରେ ଚଳିତବର୍ଷ ଏପ୍ରିଲ ଆରମ୍ଭରୁ ଏ ଯାଏ ୨୨୬୬ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ସୀମାନ୍ତବର୍ତ୍ତୀ ଅଞ୍ଚଳର ଅନେକ ଗାଁଠାରୁ କୋଭିଡ ଡାକ୍ତରଖାନାର ବ୍ୟବସ୍ଥା ଥିବା ବାଲେଶ୍ୱର ୧୦୦/୧୨୦ କିମି ଦୂର। ଫଳରେ ଘରେ ବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା କେହି ରୋଗୀର ଅବସ୍ଥା ଗୁରୁତର ହେଲେ ସହସା ସଠିକ ଚିକିତ୍ସା ସେବା ମିଳିପାରୁ ନାହିଁ। ତେଣୁ ସମ୍ପୃକ୍ତ ଅଞ୍ଚଳରେ ତୁରନ୍ତ ଏକ କୋଭିଡ ଡାକ୍ତରଖାନାର ବ୍ୟବସ୍ଥା ସହ ସୀମାରେ ଯା’ଆସ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ଦାବି ହେଉଛି।

ପଡ଼ୋଶୀ ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଙ୍କ୍ରମଣ ଦ୍ରୁତଗତିରେ ବଢୁଛି। ଗତ ୧୨ ତାରିଖ ସୁଦ୍ଧା ବାଲେଶ୍ୱର ଜିଲା ସଂଲଗ୍ନ ବଙ୍ଗ ପ୍ରଦେଶର ପୂର୍ବ ମେଦିନୀପୁର ଜିଲାରେ ୫୪୫୭ ସକ୍ରିୟ କରୋନା ରୋଗୀ ଥିବା ସୂଚନା ମିଳିଥିବାବେଳେ ପଶ୍ଚିମ ମେଦିନୀପୁର ଜିଲାରେ ୪୦୬୭ ରୋଗୀ ଥିଲେ। ବାଲେଶ୍ୱର ଜିଲାର ଜଳେଶ୍ୱର ଓ ଭୋଗରାଇ ବ୍ଲକର ୮୨ଟି ଗାଁର ସୀମା ପଶ୍ଚିମବଙ୍ଗର ଦୁଇ ମେଦିନୀପୁର ଜିଲାର ୯୧ଟି ଗାଁକୁ ଛୁଇଁଛି। ଦୁଇ ରାଜ୍ୟର ସୀମାରେ ରହିଛି ୭୫ଟି ସଡ଼କ ପଥ। ଦୈନନ୍ଦିନ ବିଭିନ୍ନ କାର୍ଯ୍ୟ ପାଇଁ ସୀମା ଦୁଇପଟ ଲୋକଙ୍କ ମଧ୍ୟରେ ସବୁବେଳେ ଯା’ଆସ ଚାଲିଥାଏ। ଏବେ କରୋନା ପାଇଁ ଯାତାୟାତ ବନ୍ଦ କରିବାକୁ ସୀମାରେ ୪୦ଟି ରାସ୍ତାରେ ବାଡ଼ର ବ୍ୟବସ୍ଥା କରାଯାଇଛି। ଆଉ ୩୫ଟି ରାସ୍ତା ମୁକୁଳା ପଡିଥିବା ଜଣାଯାଇଛି। ଏସବୁ ରାସ୍ତା ବାଦ ଅନେକ ଗଳାବାଟ ଓ ବିଲ ରାସ୍ତାରେ ବି ଯା’ଆସ ଚାଲିଛି। ତେଣୁ ବଙ୍ଗ ସହ ସମ୍ପର୍କ ଜିଲାର ସୀମାନ୍ତ ଅଞ୍ଚଳରେ କରୋନା ମହାମାରୀ ବ୍ୟାପିବାର ବଡ଼ କାରଣ ବୋଲି ଆଲୋଚନା ହେଉଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories