www.samajalive.in
Saturday, December 13, 2025
21.1 C
Bhubaneswar

ମେ ୩୧ରେ କେରଳ ଛୁଇଁବ ମୌସୁମି

ଭୁବନେଶ୍ବର: ମେ ୩୧ରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳ ଛୁଇଁପାରେ। ମଡେଲ ଜନିତ ତ୍ରୁଟି ଯୋଗୁଁ ନିର୍ଦ୍ଧାରିତ ତାରିଖର ୪ଦିନ ପୂର୍ବରୁ କିମ୍ବା ପରେ ମୌସୁମି ବାୟୁ କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭଗ। ଚଳିତ ବର୍ଷ ମୌସୁମି ବାୟୁ ବିବରଣୀ ଶୁକ୍ରବାର ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯାଇଛି। ତେବେ ଦୀର୍ଘ ଅବଧି ଅନୁଯାୟୀ ମୌସୁମି ବାୟୁ କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚି ଥାଏ। ଏ ଦୃଷ୍ଟିରୁ ଜୁନ୍ ୧୦ ସୁଦ୍ଧା ଗଞ୍ଜାମ ଜିଲା ଗୋପାଳପୁର ଦେଇ ଓଡ଼ିଶା ମଧ୍ୟକୁ ମୌସୁମି ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ।

- Advertisement -

୨୦୧୬ ଜୁନ୍ ୮ରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳ ସ୍ପର୍ଶ କରିଥିବା ବେଳେ ୨୦୧୭ ମେ ୩୦, ୨୦୧୮ ମେ ୨୯, ୨୦୧୯ ଜୁନ୍ ୯ ଏବଂ ୨୦୨୦ ଜୁନ୍ ୫ରେ ମୌସୁମି ବାୟୁ କେରଳ ଛୁଇଁଥିଲା। କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ପବନ ଅନୁଭୂତ ହେଉଥିଲା। ସର୍ବାଧିକ ତାପମାତ୍ରା ହ୍ରାସ ପାଉଥିଲା। କିନ୍ତୁ ଆସନ୍ତା ଦୁଇଦିନ ସାମାନ୍ୟ କାଳବୈଶାଖୀ ପ୍ରଭାବଥିବା ସତ୍ତ୍ବେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର, ନୂଆପଡା, କୋରାପୁଟ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବଜ୍ରପାତ ସହ ବର୍ଷା ପବନ ହୋଇପାରେ। ମାଲାକନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୯, ପାରଳାଖେମୁଣ୍ଡି ୩୮, ସୋନପୁର ୩୭.୨ ଏବଂ ଭୁବନେଶ୍ବରରେ ୩୪.୭ ଡିଗ୍ରୀ ପାରଦ ରହିଛି।

ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ୧୬ ବେଳକୁ ବାତ୍ୟାରେ ପରିଣତ ହେବ। ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ କେରଳର ୩ ଜିଲା ଥିରୁବନନ୍ତପୁରମ, କୋଲ୍ଲାମ ଓ ପାଥନାମଥିଟ୍ଟା ସତର୍କ ସୂଚନା (ରେର୍ଡ ୱାର୍ଣ୍ଣିଂ) ଜାରି କରିଛି। ଏହି ୩ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୬ରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିମି ରହିବ। ବେଳେବେଳେ ଝଟକା ପବନ ୧୦୦ କିମି ଛୁଇଁପାରେ। ବର୍ତ୍ତମାନ ଏହା କେରଳ କନୁରଠାରୁ ୩୧୦ କିମି ଦୂରରେ ରହିଛି। ୧୮ ବେଳକୁ ବାତ୍ୟା ଭୀଷଣ ରୂପ ଧାରଣ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଗୁଜରାଟ-ଡିୟୁ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଉପରେ ଏ ପର୍ଯ୍ୟନ୍ତ ଆକଳନ କରାଯାଇ ପାରିନାହିଁ।

ଗୁଜରାଟରେ ମେ’ ୧୭ରୁ ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛି। ଲଘୁଚାପ ବାତ୍ୟାରେ ପରିଣତ ହେବା ପରେ ଏହାର ନାଁ ତଉକତେ ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories