www.samajalive.in
Friday, December 12, 2025
27.1 C
Bhubaneswar

ପିଏମ୍‍ କିଷାନ ଯୋଜନାରେ ସାଢ଼େ ୯ କୋଟି କୃଷକଙ୍କ ଖାତାରେ ଜମା ହେଲା ୨୦ ହଜାର କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପି.ଏମ୍‍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶର ସାଢ଼େ ୯ କୋଟି କୃଷକଙ୍କ ଜମାଖାତାରେ ୨୦ ହଜାର କୋଟିରୁ ଅଧକ ଟଙ୍କା ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନାରେ ଜମା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ପି.ଏମ୍‍. କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି। ଉତ୍ତରପ୍ରଦେଶର ଉନାଓ, ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ମେଘାଳୟର ରି-ଭୋଇ ସମେତ ଦେଶର ବିଭିନ୍ନ ଅଞ୍ଚଳର କୃଷକମାନଙ୍କ ସହ ଆଲୋଚନା କରିଛନ୍ତି।
୨୦୧୯ ମସିହା ଫେବୃୟାରୀ ୧୪ ତାରିଖରୁ ଶୁଭାରମ୍ଭ ହୋଇଥିବା ପି.ଏମ. କିଷାନ ଯୋଜନାରେ ଦେଶର କୋଟି କୋଟି କୃଷକ ଲାଭବାନ ହେଉଛନ୍ତି। ଏହି ଯୋଜନାରେ ପ୍ରତିବର୍ଷ ତିନୋଟି କିସ୍ତିରେ ୬ହଜାର ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଦେଶର ପ୍ରତ୍ୟେକ କୃଷକଙ୍କ ନିକଟରେ ଏହି ଯୋଜନାର ଲାଭ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏପର୍ଯ୍ୟନ୍ତ ୧୧ କୋଟି ୨୮ ଲକ୍ଷ କୃଷକଙ୍କୁ ଏହି ଯୋଜନାର ଲାଭ ମିଳିପାରିଛି। ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନାରେ ଏପର୍ଯ୍ୟନ୍ତ କୃଷକଙ୍କ ଜମାଖାତାରେ ୧ ଲକ୍ଷ ୧୬ ହଜାର କୋଟି ଟଙ୍କା ଜମା କରାଯାଇଛି।
କରୋନା ମହାମାରୀର ପ୍ରଥମ ଲହର ସମୟରେ ପ୍ରାୟ ୪୩ ହଜାର କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories