www.samajalive.in
Friday, December 12, 2025
27.1 C
Bhubaneswar

ଶତ ପ୍ରତିଶତ ମାସ୍କ ବ୍ୟବହାର, ନିଶ୍ଚିତ କମିବ କରୋନା ହାର

ଭୁବନେଶ୍ବର: ମାସ୍କ ଭଲ ଭାବେ ପିନ୍ଧିବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବା ରୋକାଯାଇ ପାରିବ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ନିଶ୍ଚିତ ବ୍ୟବହାର କରିବା ଉଚିତ। ଶତ ପ୍ରତିଶତ ମାସ୍କ ପିନ୍ଧିବା ଦ୍ବାରା କରୋନା ସଂକ୍ରମଣ ବୃଦ୍ଧି ହାର ନିଶ୍ଚୟ କମିବ। ଏବେ ତିନି ପ୍ରକାର ମାସ୍କ ଯଥା କଟନ ମାସ୍କ, ସର୍ଜିକାଲ୍ ମାସ୍କ ଓ ଏନ୍‌-୯୫ ମାସ୍କ ବ୍ୟବହାର କରାଯାଉଛି। ଏହି ୩ଟି ମାସ୍କ ଭିତରୁ ଗୋଟିଏ ନିଶ୍ଚିତ ପିନ୍ଧିବା ଆବଶ୍ୟକ ବୋଲି କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜର ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣିଙ୍କ ପରାମର୍ଶ ଦେଇଛନ୍ତି।

- Advertisement -

ସଠିକ୍ ଭାବରେ ମାସ୍କ ପରିଧାନ ଏବଂ ଅନ୍ୟାନ୍ୟ କୋଭିଡ୍ ସଠିକ୍ ବ୍ୟବହାର ଦ୍ବାରା କରୋନା ମୁକାବିଲା ନେଇ ଆଜି ପ୍ରଫେସର ନିବେଦିତା ପାଣି କହିଛନ୍ତି ଯେ ମାସ୍କ ଥରେ ପିନ୍ଧିବା ପରେ ତାହା କାଢ଼ିକି ଫିଙ୍ଗି ଦେବା ଉଚିତ। ମାସ୍କ ପିନ୍ଧିବା ପରେ ତାହା ଯେମିତି ମୁହଁ, ପାଟି, ନାକ ଘୋଡ଼ାଇ ରଖୁଥିବା ସେଥିପ୍ରତି ଧ୍ୟାନ ଦିଅନ୍ତୁ। ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା ଉଚିତ। ମାସ୍କ ପିନ୍ଧିବା ପୂର୍ବରୁ ଓହ୍ଲାଇବା ପରେ ହାତ ସାନିଟାଇଜ କରନ୍ତୁ। କଟନ ମାସ୍କ ଭଲ ଭାବରେ ପିନ୍ଧିବା ଆବଶ୍ୟକ। ବ୍ୟବହାର ପରେ କଟନ ମାସ୍କ ଧୋଇ ପୁନଃ ବ୍ୟବହାର କରାଯାଇପାରିବ। ସର୍ଜିକାଲ୍‌ ମାସ୍କ ପିନ୍ଧୁଥିଲେ ତାକୁ ଥରେ ପିନ୍ଧନ୍ତୁ, ତାକୁ ଧୋଇ ପୁନଃ ପିନ୍ଧନ୍ତୁ ନାହିଁ। ସର୍ଜିକାଲ୍‌ ମାସ୍କ ପିନ୍ଧିବା ପୂର୍ବରୁ ମଧ୍ୟ ହାତ ଧୋଇବା ଉଚିତ। ସର୍ଜିକାଲ ମାସ୍କ ତିନି ସ୍ତରର ହୋଇଥାଏ। ଏହି ମାସ୍କର ପ୍ରଥମ ପରସ୍ତ ରିପେଲେଣ୍ଟ, ମଝି ପରସ୍ତ ବାରିଅର ଅର୍ଗାନିଜିମ୍‌ ଓ ତୃତୀୟ ପରସ୍ତ ଆବର୍ଜରବାଣ୍ଟ କୁହାଯାଉଛି। ଥରେ ପିନ୍ଧିବା ପରେ ଫିଙ୍ଗି ଦେବା ଉଚିତ ବୋଲି ପ୍ରଫେସର ନିବେଦିତା ପାଣି ପ୍ରକାଶ କରିଛନ୍ତି।


କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଠିକ୍‌ ଭାବେ ମାସ୍କ ପିନ୍ଧିବା ପାଇଁ ଏସ୍‌ଆଇଏଚ୍‌ଏଫ୍‌ଡବ୍ଲ୍ୟୁ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି ଆହ୍ବାନ ଦେଇଥିଲେ। ଏଥିପ୍ରତି ଜନସାଧାରଣ ସଚେତନ ହୋଇ ଠିକ୍‌ ଭାବେ ମାସ୍କ ପିନ୍ଧିବା ଜରୁରୀ ବୋଲି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories