www.samajalive.in
Friday, December 12, 2025
23.1 C
Bhubaneswar

ମହାମାରୀ ସମୟରେ ଜିଓଫୋନ୍‍ ବ୍ୟବହାରକାରୀଙ୍କ ପାଇଁ ଯୋଗାଯୋଗ ଜାରି ରଖିବା ସୁନିଶ୍ଚିତ କରିବ ଜିଓ

ପ୍ରତି ଜିଓଫୋନ୍‍ ରିଚାର୍ଜ ପ୍ଲାନ୍‍ରେ ଗୋଟିଏ କିଣିଲେ ଗୋଟିଏ ମାଗଣା (ବାଏ-ୱାନ୍‍-ଗେଟ୍‍-ୱାନ୍‍ ଫ୍ରି) ସୁବିଧା

ମୁମ୍ବାଇ / ଭୁବନେଶ୍ୱର : ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ୍‍ ଜୀବନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜିଓଫୋନ୍‍ ଆରମ୍ଭ କରାଯାଇଥିଲା। ସଂପ୍ରତି କୋଭିଡ୍‍ ମହାମାରୀର ଏହି ଅନିଶ୍ଚିତତାର ସମୟରେ ଜିଓରେ ଯୋଗାଯୋଗରେ ରହିପାରିବା ସୁବିଧା ସୁଲଭ ଭାବରେ ସମସ୍ତ ଗ୍ରାହକ ମାନଙ୍କ ପାଖରେ, ବିଶେଷ କରି ଆମ ସମାଜର ସ୍ୱଳ୍ପ-ସ୍ୱଚ୍ଛଳ ବର୍ଗଙ୍କ ପାଖରେ ପହଂଚିବ।
ଏହାକୁ ନିଶ୍ଚିତ କରିବା ଲାଗି ମହାମାରୀ ଅବଧିରେ ଜିଓ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ପ୍ରଥମ ପଦକ୍ଷେପଟି ହେଉଛି ଜିଓ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହ ମିଶି ମହାମାରୀର ସମ୍ପୂର୍ଣ୍ଣ ଅବଧିରେ ପ୍ରତି ମାସ ବିନା ମୂଲ୍ୟରେ ୩୦୦ ମିନିଟ୍‍ର ଆଉଟଗୋଇଙ୍ଗ୍‍ କଲ୍‍ (ଦିନକୁ ୧୦ ମିନିଟ୍‍) ସେହି ସବୁ ଜିଓଫୋନ୍‍ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି।
ଏଥି ସହ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଜିଓଫୋନ୍‍ ବ୍ୟବହାରକାରୀମାନେ ରିଚାର୍ଜ କରୁଥିବା ପ୍ରତିଟି ଜିଓଫୋନ୍‍ ପ୍ଲାନ୍‍ ସହିତ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ସମାନ ମୂଲ୍ୟର ଅତିରିକ୍ତ ରିଚାର୍ଜ ପ୍ଲାନ୍‍ ପାଇପାରିବେ। ଉଦାହରଣ ସ୍ୱରୂପ, ଜଣେ ଜିଓଫୋନ୍‍ ଗ୍ରାହକ ୭୫ ଟଙ୍କାର ରିଚାର୍ଜ କଲେ ସେ ଅତିରିକ୍ତ ୭୫ ଟଙ୍କାର ପ୍ଲାନ୍‍ ସମ୍ପୂର୍ଣ୍ଣ ମାଗଣାରେ ପାଇବେ। ତେବେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ସୁବିଧା ଜିଓଫୋନ୍‍ର ବାର୍ଷିକ ପ୍ଲାନ୍‍ କିମ୍ବା ଜିଓଫୋନ୍‍ ସହିତ ଆସୁଥିବା ବଣ୍ଡଲ୍‍ଡ୍‍ ପ୍ଲାନ୍‍ ପାଇଁ ଲାଗୁ ହେବ ନାହିଁ।
ଏହି ଆହ୍ୱାନପୂର୍ଣ୍ଣ ସମୟରେ ପ୍ରତିଟି ଭାରତୀୟଙ୍କ ସହ ଠିଆ ହୋଇ ରହିବାକୁ ରିଲାଏନ୍ସ ପ୍ରତିବଦ୍ଧ ଏବଂ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା କଠିନ ପରିସ୍ଥିତିରୁ ଆଗକୁ ବଢିବା ଲାଗି ଆମ ଦେଶର ନାଗରିକମାନଙ୍କୁ ସକ୍ଷମ କରିବା ଲାଗି ଏହା ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିବ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories