www.samajalive.in
Sunday, December 14, 2025
23.1 C
Bhubaneswar

ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାଗ ନେଇଥିବା ସିପାହୀଙ୍କ ଧର୍ମପତ୍ନୀଙ୍କୁ ମିଳୁନି ପାରିବାରିକ ଭତ୍ତା

ଜି.ଉଦୟଗିରି: ଦେଶର ସୀମାନ୍ତକୁ ଯବାନମାନେ ଅହରହ ସୁରକ୍ଷା ଦେଉଥିବା ବେଳେ ଆମେ ନିଜ ଘରେ ସୁରକ୍ଷିତ ରହିପାରୁଛୁ। କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଜଣେ ଅବସରପ୍ରାପ୍ତ ଯବାନଙ୍କ ଧର୍ମପତ୍ନୀ (୯୦)ଙ୍କୁ ପାରିବାରିକ ଭତ୍ତା ମିଳୁ ନ ଥିବାର ବାସ୍ତବ ଚିତ୍ର ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଦୁଗୁଡିପାରି ଗ୍ରାମରେ ଦେଖିବାକୁ ମିଳିଛି।

ବିବରଣୀରୁ ପ୍ରକାଶ ଯେ, ୧୯୩୧ ମସିହାରେ ବଡି ପ୍ରଧାନ ସିପାହୀ ଭାବେ ଭାରତୀୟ ସେନାରେ ଯୋଗଦେଇ ଦିତୀୟ ବିଶ୍ବଯୁଦ୍ଧରେ ସକ୍ରୀୟ ଅଶଂଗ୍ରହଣ କରି ୧୯୪୬ ମସିହାରେ ସେ ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ପରେ ତାଙ୍କ ଧର୍ମପତ୍ନୀ ସରାନ୍ତି ପ୍ରଧାନ ୯୦ଙ୍କୁ ଏଯାବତ୍ ପାରିବାରିକ ପେନସନର ସୁବିଧା ମିଳିପାରିନାହିଁ।

- Advertisement -

ପ୍ରକାଶ ଥାଉକି, ଏଥିପାଇଁ ତାଙ୍କ ପୁଅ ବିନାୟକ ପ୍ରଧାନ ରାଜ୍ୟ ସୈନିକ ବୋର୍ଡ, ଭୁବନେଶ୍ବର, ଜିଲ୍ଲା ସୈନିକ ବୋର୍ଡ ଭବାନୀପାଟଣା ଓ ଜି.ଉଦୟଗିରି ତହସିଲଦାରଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିନଥିବା ଶ୍ରୀ ପ୍ରଧାନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏଥିରେ ଜି.ଉଦୟଗିରିର ଭୂତପର୍ବ ସୈନିକ ସଂଘ ହସ୍ତକ୍ଷେପ କରି ପେନସନ ମିଳିବାରେ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।ଭାରତ ସରକାର ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ନାରା ଦେଉଥିବାବେଳେ ଏହା ସରାନ୍ତି ପ୍ରଧାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories