www.samajalive.in
Sunday, December 7, 2025
26.1 C
Bhubaneswar

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ବିତୀୟ ପାନ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅବଧି ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଦ୍ବିତୀୟ ଟିକାର ପ୍ରଥମ ଓ ଦ୍ବିତୀୟ ପାନ ମଧ୍ୟରେ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି। ଏଣିକି ପ୍ରଥମ ପାନ ଟିକା ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ବିତୀୟ ପାନ ଟିକା ନେଇପାରିବେ। ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ନେବାର ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬ ସପ୍ତାହ ପରେ କୋଭିସିଲ୍ଡ ଟିକା ଦିଆଯିବ। ଏହି ବ୍ୟବଧାନ ବଢ଼ିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ବିଶେଷଜ୍ଞ କମିଟି ଆଧାରରେ ପ୍ରଥମ ଓ ଦ୍ବିତୀୟ ପାନ ମଧ୍ୟରେ ବ୍ୟବଧାନ ବଢ଼ିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

 

- Advertisement -

ଅପରପକ୍ଷରେ କୋଭାକ୍ସିନ ଟିକାର ପ୍ରଥମ ଓ ଦ୍ବିତୀୟ ପାନ ଟିକା ମଧ୍ୟରେ ବ୍ୟବଧାନ ଅପରିବର୍ତ୍ତିତ ରହିଛି। ପୂର୍ବ ଭଳି ପ୍ରଥମ ପାନ ନେବାର ୨୮ ଦିନ ପରେ କୋଭାକ୍ସିନର ଦ୍ୱିତୀୟ ପାନ ଟିକା ନେଇ ହେବ ବୋଲି ସୂଚନା ଦିଆଯାଇଛି। ସେହିଭଳି ଏନ୍‌ଟିଏଜିଆଇ ସୁପାରିଶ ଅନୁସାରେ ଗର୍ଭବତୀ ମହିଳାମାନେ ସେମାନଙ୍କର ଟିକା ବାଛି ପାରିବେ ଏବଂ ସ୍ତନ୍ୟପାନ କରାଇବାକୁଥିବା ମହିଳାମାନେ ପ୍ରସବ ପରେ ଏହି ଟିକା ନେବାକୁ ଯୋଗ୍ୟ ହେବେ ବୋଲି ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories