www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ରୋଗୀ ସୁସ୍ଥ ହେବାର ୬ ମାସ ପରେ ଓ କୋଭିଶିଲ୍ଡର ୨ୟ ପାନ ୪ ମାସ ପରେ ନେବାକୁ ସରକାରୀ କମିଟିର ସୁପାରିସ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇ ପାଇଁ ଟିକାକରଣକୁ ସରକାର ଗୁରୁତ୍ଵ ଦେଉଛନ୍ତି। ତେବେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କେବେ ଟିକା ନେବା ଦରକାର ଏବଂ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ କେବେ ଟିକା ନେବେ ସେ ନେଇ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଟିକା ସମ୍ବନ୍ଧୀୟ ସରକାରୀ କମିଟି ଗୁରୁବାର ଏହି ପ୍ରଶ୍ନର ଜବା ଦେବା ସହିତ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବାର ୬ ମାସ ପରେ ଟିକାର ପ୍ରଥମ ପାନ ନେବା ଦରକାର ବୋଲି ସୁପାରିସ କରିଛି।

ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ରାଷ୍ଟ୍ରୀ୍ର ଟିକାକରଣ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) କରୋନା ଟିକା କୋଭିଶିଲ୍ଡର ୨ଟି ପାନ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରି ୧୨ରୁ ୧୬ ସପ୍ତାହ ବା ୪ ମାସ କରିବାକୁ ସୁପାରିସ କରିଛି। ତେବେ କୋଭାକ୍ସିନ ଟିକାର ୨ଟି ପାନ ମଧ୍ୟରେ ରହିଥିବା ବ୍ୟବଧାନରେ ପରିବର୍ତ୍ତନ ନେଇ କୌଣସି ସୁପାରିସ କରାଯାଇନାହିଁ। ଉଲ୍ଲେଖ ଯେ, କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ବର୍ତ୍ତମାନ ୪ରୁ ୮ ସପ୍ତାହ ବ୍ୟବଧାନ ରଖାଯାଇଛି।

- Advertisement -

ସରକାରୀ କମିଟି କହିଛି ଯେ, ଗର୍ଭବତୀ ମହିଳାମାନେ ଦୁଇଟି ଟିକା ମଧ୍ୟରୁ ଯେକୌଣସି ଗୋଟିଏ ଟିକା ନେଇପାରିବେ। ସେହିପରି ସ୍ତନ୍ୟପାନ କରାଉଥିବା ମହିଳା ସନ୍ତାନ ଜନ୍ମ ପରେ ଯେକୌଣସି ସମୟରେ ଟିକା ନେଇପାରିବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories