www.samajalive.in
Saturday, December 6, 2025
14.1 C
Bhubaneswar

ଭାରତରେ ମିଳିଥିବା କରୋନା ଷ୍ଟ୍ରେନ୍‌ ୪୪ ଦେଶରେ ଠାବ, ଡବ୍ଲ୍ୟୁଏଚଓ କହିଲା- ବିଶ୍ଵ ପାଇଁ ହୋଇପାରେ ଚିନ୍ତାର କାରଣ

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ବା ସ୍ବରୂପ ସାରା ବିଶ୍ଵ ପାଇଁ ଚିନ୍ତାର ବିଷୟ ସାଜିପାରେ। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏ ନେଇ ଚେତାବନୀ ଦେଇଛି। ଗତବର୍ଷ ଚିହ୍ନଟ କରାଯାଇଥିବା କରୋନା ଭୂତାଣୁର ବି.୧.୬୧୭ ଭାରିଆଣ୍ଟକୁ ଚିନ୍ତାଜନକ ବୋଲି ଘୋଷଣା କରି ଡବ୍ଲ୍ୟୁଏଚଓ କହିଛି, କରୋନାର ସବୁଠୁ ଘାତକ ଏହି ସଂସ୍କରଣ ଏପର୍ଯ୍ୟନ୍ତ ବିଶ୍ଵର ୪୪ ଦେଶରେ ପହଞ୍ଚି ସାରିଛି।

ସ୍ଥାନାନ୍ତରଣ ଏବଂ ଗମ୍ଭୀରତା ଦୃଷ୍ଟିକୋଣରୁ ସାର୍ସ-ସିଓଭି-୨ (କରୋନା ଭୂତାଣୁ)ର ସ୍ବରୂପରେ କ’ଣ ପରିବର୍ତ୍ତନ ଆସିଛି ଅଥବା ଏହି କାରଣରୁ ସରକାରଙ୍କ ଦ୍ବାରା ଲାଗୁ କରାଯାଉଥିବା ଜନସ୍ବାସ୍ଥ୍ୟ ଏବଂ ସାମାଜିକ ମାନକରେ କ’ଣ ପରିବର୍ତ୍ତନର ଆବଶ୍ୟକତା ରହିଛି ସେ ନେଇ ଡବ୍ଲ୍ୟୁଏଚଓ ଲଗାତାର ଆକଳନ କରିଆସୁଛି। ଡବ୍ଲ୍ୟୁଏଚଓ ଗତ ମଙ୍ଗଳବାର ଜାରି କରିଥିବା ସାପ୍ତାହିକ ବିଜ୍ଞାନ ରିପୋର୍ଟରେ କହିଛି ଯେ, ଜିଆଇଏସଏଡ ପକ୍ଷରୁ ମେ ୧୧ ତାରିଖ ସୁଦ୍ଧା ୪୫୦୦ କ୍ରମ କୋଭିଡ୍ ଭୂତାଣୁ ଅପଲୋଡ୍ ହୋଇଛି ଏବଂ ୪୪ଟି ଦେଶର ଲୋକଙ୍କ ନମୁନାରେ ବି.୧.୬୧୭ ଭାରିଆଣ୍ଟର ଉପସ୍ଥିତି ଦେଖିବାକୁ ମିଳିଛି। ଆର୍ଥାତ ଭାରତର ଏହି ଭାରିଆଣ୍ଟ ବିଶ୍ଵର ସମସ୍ତ କୋଣରେ ପହଞ୍ଚି ସାରିଛି। ପ୍ରାରମ୍ଭିକ ପ୍ରମାଣରୁ ଜଣାପଡ଼ିଛି ଯେ, କରୋନା ଭୂତାଣୁର ଏହି ରୂପ କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ମନୋକ୍ଲୋନାଲ ଆଣ୍ଟିବଡ଼ି ‘ବାମଲେନିଭିମୈବ’ର ପ୍ରଭାବକୁ ହ୍ରାସ କରିଦେଇଥାଏ। ଏଥିରେ ଚିକିତ୍ସା ସତ୍ବେ ମୃତ୍ୟୁ ହାର ବଢ଼ିଥାଏ। ସୂଚନାଯୋଗ୍ୟ, କରୋନାର ଏହି ଭାରିଆଣ୍ଟ ସର୍ବପ୍ରଥମେ ୨୦୨୦ ଅକ୍ଟୋବରରେ ଭାରତରେ ଦେଖିବାକୁ ମିଳିଥିଲା। ୨ୟ ତରଙ୍ଗରେ ଭାରତରେ ବୃଦ୍ଧି ପାଉଥିବା ସଂକ୍ରମଣ ହାର ଏବଂ ମୃତ୍ୟୁ ହାର କ୍ଷେତ୍ରରେ ଏହି ଭାରିଆଣ୍ଟର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories