ଝାପନ ମେଳା, ପଶ୍ଚିମବଙ୍ଗର ଏହା ଏକ ବିଶେଷ ଉତ୍ସବ। ଭଗବାନ ଶିବଙ୍କ ଝିଅ ମନସାଙ୍କ ପୂଜା ନିମନ୍ତେ ଏହି ପର୍ବ ସେଠାରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ଝାପନ ମେଳା ସେଠାରେ ପ୍ରତ୍ୟେକ ପ୍ରାନ୍ତରେ ପାଳିତ ହେଉଥିବାବେଳେ ବିଷ୍ଣୁପୁର ଜିଲାରେ ଏହା ବେଶ୍ ଆଡ଼ମ୍ବରରେ ପାଳିତ ହେଉଥିବାର ପ୍ରକାଶ। ଦୀପାବଳି ଓ ହୋଲି ପରି ଖୁବ୍ ଜାକଜମକରେ ଝାପନ ମେଳାରେ ଏହି ଅଞ୍ଚଳର ଲୋକେ ସାମିଲ ହୋଇଥାନ୍ତି। ଉତ୍ସବର ମୁଖ୍ୟ ଆକର୍ଷଣ ହେଲେ ବିଭିନ୍ନ ପ୍ରଜାତିର ସାପ। ପ୍ରାୟ ୫୦-୬୦ ପ୍ରଜାତିର ସାପ ଏଇ ମେଳାରେ ଭାଗ ନେଉଥିବାର ପ୍ରକାଶ। ପ୍ରତି ବର୍ଷ ଏଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭାଗ ନେଇଥାନ୍ତି। ମେଳାରେ ଜଣେ ଯୁବତୀ ମା’ ମନସା ଦେବୀଙ୍କ ଅଭିନୟ କରିବା ସହ ରଥରେ ଯାତ୍ରା କରନ୍ତି। ଶ୍ରଦ୍ଧାଳୁମାନେ ରଙ୍ଗବେରଙ୍ଗର ସାପ ଧରି ବିଭିନ୍ନ କ୍ରୀଡ଼ା କରନ୍ତି। ଶ୍ରାବଣ ମାସରେ ପ୍ରତି ବର୍ଷ ଏହି ଝାପନ ମେଳା ଆୟୋଜିତ ହୋଇଥାଏ।
Popular Categories



