ନୂଆଦିଲ୍ଲୀ : ଦୈନିକ ସଂକ୍ରମଣ କିଛି ଦିନ ମଧ୍ୟରେ ଲଗାତାର ୪ ଲକ୍ଷ ଅତିକ୍ରମ କରୁଥିବା ବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଦେଶରେ ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୭,୦୩,୬୬୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୧୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୫୮,୩୧୭ରେ ପହଞ୍ଚିଛି। ୨୪ ଘଣ୍ଟାରେ ୩,୫୨,୧୮୧ ସୁସ୍ଥ ହୋଇଥିବା ବେଳେ ମୋଟ ୧,୯୭,୩୪,୮୨୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭,୧୦,୫୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।



