www.samajalive.in
Monday, December 8, 2025
13.1 C
Bhubaneswar

ମଇ ଶେଷ ସୁଦ୍ଧା ସବୁ ବର୍ଗର ଲୋକଙ୍କୁ ଟୀକା ପ୍ରଦାନ ଦାବି କଲା ବିଜେପି

ବୌଦ୍ଧ: ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିଛି। ଏହି ଅବସରରେ ଭାରତରେ ବିଶ୍ୱର ସବୁଠାରୁ ବଡ ଟୀକାକରଣ ଅଭିଯାନ ଜାରି ରହିଛି। ବୌଦ୍ଧ ଜିଲାରେ ଏହି ଟୀକାକରଣ ଅଭିଯାନରେ ସବୁ ବର୍ଗର ଲୋକଙ୍କୁ ମଇ ୩୦ ତାରିଖ ମଧ୍ୟରେ ଟୀକା ପ୍ରଦାନ କରିବାକୁ ଜିଲା ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି। ଜିଲାର ଗ୍ରାମାଞ୍ଚଳରେ କରୋନା ମହାମାରୀ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ଜରୂରୀ ପଦକ୍ଷେପ ଗ୍ରହଣ କରାଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।

ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଦିଆଯାଇଥିବା ୭ଦଫା ଦାବିପତ୍ରରେ କରୋନା ମୁକାବିଲା ପାଇଁ କରୋନା ପ୍ରଥମ ଲହରରେ ପଞ୍ଚାୟତଗୁଡିକରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପୁନଃ କାର୍ଯ୍ୟକ୍ଷମ କରାଯିବା,ଜିଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ ଓ ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ କରିବା, କରୋନା ରୋଗୀଙ୍କ ସହାୟତା ପାଇଁ ଆଧୁନିକ ସୁବିଧା ଥିବା ଆମ୍ବୁଲାନସ ସେବା ଓ ସ୍ୱତନ୍ତ୍ର ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଯିବା, ମଇ ଶେଷ ସୁଦ୍ଧା ସମସ୍ତ ବର୍ଗର ଲୋକଙ୍କୁ ଟୀକା ପ୍ରଦାନ କରିବା,ସବୁବର୍ଗର କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହନ ଯେଗାଇଦେବା ଓ ଜିଲାକୁ କରୋନା ମୁକ୍ତ କରିବା ପାଇଁ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବାକୁ ଦାବି କରାଯାଇଛି। ଜିଲା ବିଜେପି କାର୍ଯ୍ୟାଳୟଠାରେ ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ,ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ,ପ୍ରବକ୍ତା ମନୋରଞ୍ଜନ ଦାଶ,ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ଓ ପ୍ରଭୁଦତ୍ତ ଦଲାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories