www.samajalive.in
Wednesday, December 10, 2025
15.1 C
Bhubaneswar

୫ଦିନରେ କରୋନାକୁ ହରାଇଲା ନବଜାତ

ପଟନା : କରୋନାକୁ ନେଇ ବର୍ତ୍ତମାନ ସଭିଁଙ୍କ ମନରେ ଭୟ ଲାଗି ରହିଛି। ଏଭଳି ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣଙ୍କ ମନରେ କରୋନା ସହ ଲଢେଇ କରିବା ପାଇଁ ସାହସ ଆଣିବ। ଏକ ନବଜାତରୁ ଏହି ସାହସ ମିଳିପାରିବ। ଦୁନିଆରେ ଆସିବା ମାତ୍ରେ ନବଜାତ କରୋନା ସଂକ୍ରମିତ ହୋଇଥିଲା। ମାତ୍ର କେବଳ ପାଞ୍ଚ ଦିନରେ ହିଁ କରୋନାକୁ ହରାଇ ଲୋକଙ୍କ ମୁହଁ ହସ ଫୁଟାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଟନାରେ ଜଣେ କରୋନା ସଂକ୍ରମିତ ମହିଳା ନବଜାତକୁ ଜନ୍ମ ଦେଇଥିଲେ। ମାତ୍ର ନବଜାତ ମଧ୍ୟ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଏହାପରେ ମାତ୍ର ୫ ଦିନରେ ନବଜାତ ଶିଶୁର କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ମାତ୍ର ଶିଶୁଟିର ମାଆ ବର୍ତ୍ତମାନ ମଧ୍ୟ ପଜିଟିଭ ଅଛନ୍ତି। ପଟନାର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି।
ମହିଳା ଜଣଙ୍କ ମୁଗଲସରାୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ବାପ ଘର ପଟନାରେ । ସେ ବାପ ଘରେ ଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡିଥିଲା। ତାଙ୍କୁ ପ୍ରଥମେ ସେଠାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଏମ୍ସରେ ପରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଦେଖି ସମୟ ପୂର୍ବରୁ ତାଙ୍କର ପ୍ରସବ କରାଯିବା ସହ ନବଜାତ ଜନ୍ମ ପରେ ସେ ମଧ୍ୟ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଏହାପରେ ଡାକ୍ତରଙ୍କ ସମେତ ପରିବାର ଲୋକେ ଚିନ୍ତିତ ହୋଇଯାଇଥିଲେ। ନବଜାତକୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ୫ ଦିନରେ ଶିଶୁର ରିପୋର୍ଟ ନେଗେଟିଭ ଆସିବା ପରେ ପରିଜନକୁ ଶିଶୁ ହସ୍ତାନ୍ତର କରାଯାଇଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories