www.samajalive.in
Saturday, December 6, 2025
26.1 C
Bhubaneswar

ଶିଶୁଙ୍କୁ ଦିଆଯିବ କରୋନା ଟିକା; ୨ରୁ ୧୮ ବର୍ଷର ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ଅନୁମତି

ଭାରତରେ ଏବେ କରୋନା ଭୂତାଣୁର ୨ୟ ତରଙ୍ଗ ପ୍ରକୋପ ଜାରି ରହିଛି। ଆଗକୁ ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ଏବେଠୁ ଚେତାଇ ଦେଇଛନ୍ତି। ଏପରି କି ଏହି ପର୍ଯ୍ୟାୟରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ଅର୍ଥାତ ଶିଶୁମାନେ ସଂକ୍ରମଣର ଶିକାର ହେବେ ବୋଲି ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ୧୨ରୁ ୧୫ ବର୍ଷର ପିଲାଙ୍କୁ ଟିକା ଦେବାକୁ ଯୋଜନା କରିଥିବାବେଳେ ଭାରତ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛି। ଭାରତରେ ୨ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବା ଲାଗି କ୍ଲିନିକାଲ ପରୀକ୍ଷଣ ପାଇଁ ଭାରତ ବାୟୋଟେକ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କରୋନା ଟିକା ସମ୍ବନ୍ଧୀୟ ବସ୍ତୁ ବିଶେଷଜ୍ଞ କମିଟି (ଏସଇସି) ପକ୍ଷରୁ ଏ ନେଇ ସୁପାରିସ କରାଯାଇଥିଲା।

ଭାରତରେ ଶିଶୁଠାରୁ କିଶୋର ପର୍ଯ୍ୟନ୍ତ ଅର୍ଥାତ ୨ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ କୋଭାକ୍ସିନ ଟିକା ଦେବା ଲାଗି କ୍ଲିନିକାଲ ପରୀକ୍ଷଣ ପାଇଁ ଭାରତ ଏସଇସି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଥିଲା, ଯାହାକୁ ମଞ୍ଜୁରୀ ମିଳିଛି। ଏହି କ୍ଲିନିକାଲ ପରୀକ୍ଷଣ ୫୨୫ଜଣଙ୍କ ଉପରେ କରାଯିବ। ଦିଲ୍ଲୀ ଏମ୍‌ସ, ପାଟନା ଏମ୍‌ସ, ନାଗପୁରର ଏମଆଇଏମଏସ ଡାକ୍ତରଖାନା ଏହି ପରୀକ୍ଷଣରେ ଅଂଶଗ୍ରହଣ କରିବେ। ତେବେ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପୂର୍ବରୁ ଭାରତ ବାୟୋଟେକ୍‌କୁ ୨ୟ ପର୍ଯ୍ୟାୟ ପରୀକ୍ଷଣର ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ହେବ ବୋଲି କମିଟି ସୁପାରିସ୍‌ରେ ଦର୍ଶାଇଥିଲା।

- Advertisement -

ସୂଚନାଯୋଗ୍ୟ, ଭାରତରେ ଏବେ ଯେଉଁ ୨ଟି ଟିକା ଜରୁରୀ ବ୍ୟବହାର ହେଉଛି, ତାହା କେବଳ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଉଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories