www.samajalive.in
Sunday, December 7, 2025
15.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ଦେଶ/ ବିଦେଶ ଖବର
ନୂଆଦିଲ୍ଲୀ: ଭାରତରେ ସଂପ୍ରତି କୋଭିଡ-୧୯ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଯଦି ଜାରିରହେ, ତେବେ ଦେଶରେ ଗୋଷ୍ଠୀ ଶାରୀରିକ ରୋଗ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପାଖାପାଖି ୩.୫ ବର୍ଷ ଲାଗିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ସେମାନେ ଗତ ୧୦୦ ଦିନରେ ଦେଶରେ ହୋଇଥିବା ଟିକାକରଣକୁ ହିସାବକୁ ନେଇ କହିଛନ୍ତି ଯେ ଭାରତରେ ଟିକାକରଣ ଏକ ଦୀର୍ଘ ପ୍ରକ୍ରିୟା ଭାବରେ ଚାଲିବ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ ଦଳ ଅଢ଼େଇ ମାସର ଗସ୍ତରେ ଇଂଲଣ୍ଡ ଯିବାକୁ ପ୍ରସ୍ତୁତ ହେଉଛି। ଜୁନ୍‍ ୨ରୁ ମୁମ୍ବଇରୁ ବିମାନ ଯୋଗେ ୨୦ ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ଇଂଲଣ୍ଡ ଯିବେ। ହେଲେ ଏହାପୂର୍ବରୁ ସେମାନେ ମୁମ୍ବଇରେ ୮ ଦିନ ସଂଗରୋଧରେ ରହିବେ। ମୁମ୍ବଇ ଆସିବା ପୂର୍ବରୁ ଥରେ ଏବଂ ମୁମ୍ବଇରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କ ଆର୍‍ଟି-ପିସିଆର୍‍ କୋଭିଡ୍‍ ପରୀକ୍ଷା କରାଯିବ
ଡେରାଡୁନ: ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଦେବପ୍ରୟାଗରେ ପ୍ରକୃତିର ଧ୍ୱଂସଲୀଳା ପୁଣି ଦେଖିବାକୁ ମିଳିଛି। ତେହରି ଗଡୱାଲ ଜିଲାର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଥିବା ଦେବପ୍ରୟାଗରେ ବାଦଲଫଟା ବର୍ଷା ହେବାରୁ ଦେବପ୍ରୟାଗ ବଜାରରେ ଥିବା ବହୁ ଦୋକାନ, ବାସଗୃହ ଏବଂ ଏକ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର କୋଠା ସଂପୂର୍ଣ୍ଣ ଭୁଷୁଡି ଯାଇ ପ୍ରଖର ବର୍ଷା ସ୍ରୋତରେ ଭାସିଯାଇଛି। ମଙ୍ଗଳବାର ସଂଧ୍ୟାରେ ଘଟିଥିବା ଏଡି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ମୃତାହତଙ୍କ ସଂପର୍କରେ ଖବର ମିଳିନାହିଁ।
ବେଜିଂ: ତାଇୱାନ ପ୍ରସଙ୍ଗ ଉପରେ ଅଷ୍ଟ୍ରେଲିଆ ଉପରେ ଚୀନ ଆକ୍ରମଣ କରିବ। ଅଷ୍ଟ୍ରେଲିଆ ଯଦି ତାଇୱାନ ପ୍ରସଙ୍ଗକୁ ନେଇ ସମ୍ଭାବ୍ୟ ସାମରିକ ବିବାଦରେ ସଂପୃକ୍ତ ହୁଏ ତେବେ ତାହା ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯିବ। ଏଭଳି ଧମକ ଦେଇଛି ଚୀନର ସରକାରୀ ଗଣମାଧ୍ୟମ
ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ କରୋନା ସଂକ୍ରମଣ ଉଦବେଗଜନକ ସ୍ତିତିରେ ଥିବାବେଳେ ଭାରତରେ ଦିନକୁ ଦିନ ଏହା ନିୟନ୍ତ୍ରଣ ବାହାରକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତ ପାଇଁ ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଦୈନିକ ଗଣମାଧ୍ୟମ ସମ୍ପର୍କ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ଦେଇଛି

ରାଜ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରର ସାମାନ୍ୟ ତଳକୁ ହ୍ରାସପାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ତାହା ୧୦ ହଜାର ଟପିଛି। ଗୋଟିଏ ଦିନରେ ରାଜ୍ୟରେ ୧୦, ୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।
ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି। ଏହା ଏକ ବିରଳ ଘଟଣା ବୋଲି ଚୁନରା ସେବକ କହିଛନ୍ତି। କାଳ ବୈଶାଖୀ ଯୋଗୁ ଏଭଳି ବିରଳ ଘଟଣା ଦେଖା ଦେଇଛି। ମଙ୍ଗଳବାର ପୁରୀରେ ଘଡଘଡି ସହ ବର୍ଷା ହୋଇଥିଲା। ସେଥିରେ ପତିତପାବନ ବାନା ବନ୍ଧା ଯାଇଥିବା ବାଉଁଶ ନଇଁ ଯାଇଥିଲା। ତେବେ ପତିତପାବନ ବାନା ସଂପୂର୍ଣ୍ଣ ସୁରକ୍ଷିତ ରହିଥିଲା
ଭୁବନେଶ୍ୱର: କରୋନା କାଳରେ କଳାଦାଗ (ବ୍ଲାକ୍‍ ଫଙ୍ଗସ ବା ମ୍ୟୁକୋର୍ମାଇକୋସିସ୍‍) ରୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ନହେବାକୁ ରାଜ୍ୟ ଭେଷଜ ଶିକ୍ଷା ତାଲିମ ନିର୍ଦେଶକ ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories