www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟରେ ଦିନକରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଅନୁଗୁଳ ଜିଲାରୁ ୭୫ ବର୍ଷ ବୟସ୍କା ମହିଳା, ୮୯ ବର୍ଷ ପୁରୁଷ ଏବଂ ୫୬ ବର୍ଷ ପୁରୁଷ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଖୋର୍ଦ୍ଧା ଜିଲାରୁ ୭୬ ବର୍ଷ ବୟସ୍କ ପୁରୁଷ, ୫୮ ବର୍ଷ ବୟସ୍କା ମହିଳା ଓ ୫୫ ବର୍ଷ ବୟସ୍କା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିଭଳି କଳାହାଣ୍ଡି ଜିଲାରେ ୫୪ ବର୍ଷ ବୟସ୍କ ପୁରୁଷ ଓ ୩୩ ବର୍ଷ ବୟସ୍କ ପୁରୁଷ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ନୂଆପଡା ଜିଲାରେ ୬୧ ବର୍ଷ ବୟସ୍କ ପୁରୁଷ ଏବଂ ୪୮ ବର୍ଷ ବୟସ୍କା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ସୁନ୍ଦରଗଡ ଜିଲାରେ ଜଣେ ୩୪ ବର୍ଷ ବୟସ୍କ ପୁରୁଷ ,ବଂ ୬୨ ବର୍ଷ ବୟସ୍କା ମହିଳା ଏଥିରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ ବାଲେଶ୍ୱର ଜିଲାରେ ଜଣେ ୩୮ ବର୍ଷ ବୟସ୍କ ପୁରୁଷ, ବଉଦରେ ୪୫ ବର୍ଷ ପୁରୁଷ, ଢେଙ୍କାନାଳ ଜିଲାରେ ୪୨ ବର୍ଷ ପୁରୁଷ, ଗଞ୍ଜାମ ଜିଲାରେ ୬୨ ବର୍ଷ ପୁରୁଷ ଏବଂ ପୁରୀ ଜିଲାରେ ଜଣେ ୬୩ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୨୩୨କୁ ବୃଦ୍ଧିପାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୬୬୧୬୪୭ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬୫୬୪୮ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୪୬୫୧୩୩ ଆରୋଗ୍ୟଲାଭ କରିସାରିଥିବାବେଳେ ରାଜ୍ୟରେ ୯୮୨୩୦ ସକ୍ରିୟ ସଂକ୍ରମିତ ରହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories