www.samajalive.in
Saturday, December 13, 2025
18.1 C
Bhubaneswar

ସାମ୍ବାଦିକଙ୍କ ବିୟୋଗରେ ପ୍ରେସ କ୍ଲବ ପକ୍ଷରୁ ଶୋକ

ବୌଦ୍ଧ: ଜିଲ୍ଲା ପ୍ରେସ କ୍ଲବର ସଦସ୍ୟ ତଥା ଦୈନିକ ଓଡିଆ ଖବର କାଗଜ ଓଡିଶା ଭାସ୍କରର ଜିଲ୍ଲା ପ୍ରତିନିଧି ଦୁର୍ବାକ୍ଷ ବସ୍ତିଆ ଗତକାଲି ମୃତ୍ୟୁ ବରଣ କରିଥିଲେ। ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପାଇଁ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମ୍ବାଦିକ ଫରୋମ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଶୋକ ସଭାରେ କ୍ଲବର ସଦସ୍ୟମାନେ ଉପସ୍ଥିତରହି ଅମ୍ଳାନ ଆତ୍ମାର ସଦଗତି କାମନାକରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। କ୍ଲବର ସଂପାଦକ ରଘୁନାଥ ଷଡଙ୍ଗୀ ପ୍ରାରମ୍ଭିକ ସୁଚନା ପ୍ରଦାନ କରି ସ୍ୱର୍ଗତ ବସ୍ତିଆଙ୍କ ପରି ଜଣେ ସଂଗଠକ ତଥା ନିର୍ଭିକ ସାମ୍ବାଦିକଙ୍କ ବିୟୋଗ ଜିଲ୍ଲାରେ ଏକ ସୁନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ।

କ୍ଲବର ଆବାହକ ଯୁଗଳ କିଶୋର ସାମଲ ଏଭଳି ପରିସ୍ଥିତିରେ ଆମେ ସମସ୍ତେ ଏକଯୁଟ ହୋଇ ପରସ୍ପରକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପରାମର୍ଶଦାତା ପ୍ରଦୋଷ ମିଶ୍ର, ସତ୍ୟନାରାୟଣ ପାଣି, ଶମ୍ଭୁ ପ୍ରଶାଦ ମିଶ୍ର, ସଂଜିବ ମହାକୁଳ ପ୍ରମୁଖ ସ୍ୱର୍ଗତ ବସ୍ତିଆଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ। ତାଙ୍କର ପରିବାରକୁ କ୍ଲବ ପକ୍ଷରୁ ଆର୍ଥିକ ସହଯୋଗ କରାଯିବାସହ ସମସ୍ତ ସଦସ୍ୟମାନେ ମଧ୍ୟ ସହଯୋଗ କରିବାପାଇଁ ସଭାରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହଯୋଗ ଯୋଗାଇ ଦେବାପାଇଁ ସରକାରଙ୍କୁ ନିବେଦନ କରଯିବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁଧାଶୁଂ ମିଶ୍ର, ବବୁଲୁ ପାଢୀ, ଦେବାନନ୍ଦ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଶେଷରେ କ୍ଲବର ସହ ସଂପାଦକ ଦୁର୍ଯ୍ୟଧନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories