www.samajalive.in
Saturday, December 6, 2025
23.1 C
Bhubaneswar

ଗୁଣୁପୁରରେ ପ୍ରତିଷ୍ଠା ହେଉ କୋଭିଡ୍‌ ଡାକ୍ତରଖାନା

ଗୁଣୁପୁର, ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ଗୁଣୁପୁର ହେଉଛି ବଡ଼ ସବ ଡିଭିଜନ। ୭ଟି ବ୍ଲକକୁ ନେଇ ଗଠିତ ଏହି ସବ୍‌ଡିଭିଜନ୍‌ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି ।  ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଗଜପତି ଜିଲାର ଅଧିକାଂଶ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି । ବର୍ତ୍ତମାନ କରୋନା ମହାମାରୀ ଯେଭଳି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ହାର ସେହି ପରିମାଣରେ ବଢିଚାଲିଛି। ଅପରପକ୍ଷରେ ଗୁଣୁପୁର ଅଞ୍ଚଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ପ୍ରତିଦିନ ଅଞ୍ଚଳରୁ ଦୁଇ ରୁ ତିନି ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖବର ସହର ବାସୀଙ୍କ ନିଦ ହଜେଇ ଦେଇଛି। ଏଠାରୁ ୭୦ କିଲୋମିଟର ଦୂର ରାୟଗଡା ଜେ.କେ.ପୁର ଠାରେ କୋଭିଡ ମେଡିକାଲ ରହିଛି । ହେଲେ ସେଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା  ନାହିଁ। ସେହିପରି ଡାକ୍ତର ଓ ବୈଷୟିକ କର୍ମଚାରୀ ଅଭାବ ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା କୁହାଯାଇଛି । ଏଠାରୁ ଗୁରୁତର ରୋଗୀଙ୍କୁ ୭୦ କିଲୋମିଟର  ନେବାବେଳେ ବାଟରେ ଅଘଟଣ  ଘଟୁଥିବା ନଜିର ରହିଛି । ତେଣୁ ଗୁଣୁପୁର ଠାରେ ଏକ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଓ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ ପାଇଁ  ସ୍ଥାନୀୟ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କଠାରେ ନିବେଦନ କରିଛନ୍ତି। ଆଜି ସହରବାସୀ ଏନେଇ ସାମାଜିକ ଗଣମାଧ୍ୟମରେ ଦାବି ଉପସ୍ଥାପନ କରିଛନ୍ତି । ଅପରପକ୍ଷରେ ଗୁଣୁପୁରରେ କୋଭିଡ୍‌ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ପୋଷ୍ଟ କାର୍ଡରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଅବଗତ କରାଇବେ। ପୋଷ୍ଟକାର୍ଡରେ ଚିଠି ଲେଖି ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୋଭିଡ୍‌  ଡାକ୍ତରଖାନା ପ୍ରତିଷ୍ଠାନ ପାଇଁ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଏଥିସହ ସ୍ଥାନୀୟ ବିଧାୟକ, ସାଂସଦ, କୋର୍ପୋରେଟ ହାଉସ ଓ ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories