ନୀଳଗିରି: ଟୀକା ନେବାକୁ ୩ଶହ ରୁ ଉର୍ଦ୍ଧ୍ବ ଲୋକଙ୍କ ଭିଡ଼ ଲାଗିଛି। କେହିବି ସାମାଜିକ ଦୂରତା ମାନିବାକୁ ରାଜି ନାହାନ୍ତି। ଯୁବକଙ୍କ ଠାରୁ ବୃଦ୍ଧ ବୃଦ୍ଧା ପର୍ୟ୍ୟନ୍ତ ସଭିଏଁ ଭିଡାଭିଡ଼ି ହୋଇ ହୋହଲ୍ଲା କରିବାରେ ଵ୍ୟସ୍ତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡ ମେଡିକାଲ ରେ। ମଙ୍ଗଳବାର ସକାଳ ପ୍ରାୟ ୫ଟା ରୁ ମେଡିକାଲରେ ଟୀକା ନେବାକୁ ଗହଳି ଲାଗିଛି। ଏପରିକି ଲୋକଙ୍କ ଭିତରେ ଲାଇନ କୁ କେନ୍ଦ୍ରକରି ଧସ୍ତାଧସ୍ତି ମଧ୍ୟ ଲାଗିଥିବା ପରିଲକ୍ଷିତ ହୋଇଛି। ଏଭଳି ଭିଡ଼ ଦେଖି କରୋନା ମୁକ୍ତ ନୁହଁ ବରଂ ମେଡିକାଲ ରେ କରୋନା କିଣା ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଭିଡ଼ ନକମିଲେ ନୀଳଗିରି ରେ କରୋନା ପରିସ୍ଥିତି ଅଣାୟତ ହେବା ସୁନିଶ୍ଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Popular Categories



