www.samajalive.in
Thursday, December 11, 2025
26.1 C
Bhubaneswar

କୋଭିଡ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା, ଆମେ କେତେ ପ୍ରସ୍ତୁତ?

ଭୁବନେଶ୍ୱର: କରୋନା ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରି (ଆଇସିୟୁ) ଏବଂ ଜୀବନ ରକ୍ଷାକାରୀ ଯତ୍ନ (ଭେଣ୍ଟିଲେଟର)ରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି। ଦିନକୁ ଦିନ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଇସିୟୁ ଏବଂ ଭେଣ୍ଟିଲେଟର ଚିକିତ୍ସା ଚାହିଦା ବୃଦ୍ଧି ପାଉଛି। ଇତିମଧ୍ୟରେ କେତେକ ରାଜ୍ୟର କରୋନା ଡାକ୍ତରଖାନାରେ ନିଆଁ ଲାଗି ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ଘଟିଲାଣି। କରୋନା ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‍ ନଥିବା ହେତୁ ନିଆଁ ଲାଗିଲେ ରୋଗୀଙ୍କ ଜୀବନ ଚାଲି ଯାଉଥିବା କୁହାଯାଉଛି। ଏପରିସ୍ଥଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କରୋନା ଡାକ୍ତରଖାନାର ଆଇସିୟୁ ଏବଂ ଭେଣ୍ଟିଲେଟର ଥିବା ଚିକିତ୍ସା କେନ୍ଦ୍ରରେ ଅଗ୍ନି ନିରାପତ୍ତା ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ପ୍ରସଙ୍ଗ ବିଶେଷ ଗୁରୁତ୍ବ ରଖୁଛି।

ଦୀର୍ଘ ୨ମାସ ହେଲା କରୋନାର ଦ୍ୱିତୀୟ ଲହର ଦେଶକୁ କବଳିତ କରି ରଖିଛି। ୧୪ଟି ରାଜ୍ୟରେ ସଂକ୍ରମଣ କାୟାବିସ୍ତାର କରି ଚାଲିଛି। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ଦୈନନ୍ଦିନ ସଂକ୍ରମଣ ୧୦ରୁ ୧୨ହଜାର ମଧ୍ୟରେ ରହୁଛି। ତେବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଦ୍ବିତୀୟ ଲହର ଆସିବା ପୂର୍ବରୁ ହୃଦ୍‌ରୋଗ, ବୃକକ୍‌ ଏବଂ ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ଆବଶ୍ୟକତା କରୋନା ଆକ୍ରାନ୍ତଙ୍କ ଶରୀରରେ ଅମ୍ଳଜାନ ମାତ୍ରା କମିବା ଦ୍ୱାରା ରୋଗୀ ଗୁରୁତର ହୋଇ ପଡୁଛନ୍ତି। ଆଇସିୟୁ ଏବଂ ଭେଣ୍ଟିଲେଟର ଏବେ ବୃଦ୍ଧି ପାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ସଦସ୍ୟ ଡା. କ୍ଷୀରୋଦ ରାଉତ କହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚିକିତ୍ସାଳୟ ଘରୋଇ କୋଠା ଏବଂ ଘରୋଇ ଡାକ୍ତରଖାନାରେ କରୋନା ଚିକିତ୍ସାଳୟ କରାଯାଇଛି। ଆଇସିୟୁ ଏବଂ ଭେଣ୍ଟିଲେଟର କୋଠରିରେ କୌଣସି କାରଣରୁ ବିଦ୍ୟୁତ୍‍ ସଟ୍‍ସର୍କିଟ୍‌ ହୋଇ ନିଆଁ ଲାଗିଲେ କିପରି ନିଆଁ ଆୟତ୍ତକୁ ଅଣାଯିବ ଏବଂ ଉଦ୍ଧାର କାର୍ଯ୍ୟ କିଭଳି ତ୍ୱରିତ କରାଯାଇ ପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାର ଆବଶ୍ୟକତା ରହିଛି।

- Advertisement -

ଅମ୍ଳଜାନ ନିଃସରଣ ହୋଇ ଅଗ୍ନି ଲାଗିଲେ ଏହାକୁ କିଭଳି ମୁକାବିଲା କରାଯାଇ ପାରିବ ସେ ସମ୍ବନ୍ଧରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ। ପ୍ରଥମ ଲହର ସମୟରେ କଟକ ସନ୍‍ ଡାକ୍ତରଖାନା ଉପର ମହଲା ଏବଂ ଜଗତପୁର ସଦ୍‌ଗୁରୁ କରୋନା ଡାକ୍ତରଖାନାରେ ନିଆଁ ଲାଗିଥିଲା। ଏଥିରେ କୌଣସି ରୋଗୀ ମୃତାହତ ହୋଇ ନଥିଲେ। ଅଗ୍ନିଶମ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ସଦ୍‌ଗୁରୁ ଡାକ୍ତରଖାନାରୁ ୧୨୭ ରୋଗୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନ୍‍ ଡାକ୍ତରଖାନାରୁ ୧୨ ରୋଗୀଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଥିଲା। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର ବୋଲି ମତପ୍ରକାଶ ପାଇଛି। ଉତ୍ତର ମୁମ୍ବଇ ଏବଂ ଅହମ୍ମଦାବାଦ କରୋନା ଡାକ୍ତରଖାନାର ଆଇସିୟୁ ଏବଂ ଭେଣ୍ଟିଲେଟର କୋଠରିରେ ଅମ୍ଳଜାନ ନିଃସରଣ(ଲିକେଜ୍‍) ହୋଇ ନିଆଁ ଲାଗିବା ଦ୍ୱାରା ପ୍ରାୟ ୫୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଲକ୍ଷ୍ୟ କଲେ ରାଜ୍ୟର କରୋନା ଡାକ୍ତରଖାନା ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଭଲ ଭାବେ ଯାଞ୍ଚ କରାଯିବା ାବଶ୍ୟକତା ରହିଛି।
ଅଗ୍ନିଶମ ମହାନିର୍ଦେଶକ ଏମ. ଅକ୍ଷୟ କହିଛନ୍ତି, କରୋନା ଡାକ୍ତରଖାନାରେ କୌଣସି କାରଣରୁ ନିଆଁ ଲାଗିଲେ କିପରି ରୋଗୀଙ୍କୁ ଶୀଘ୍ର ଉଦ୍ଧାର କରାଯିବା ସହିତ ନିଆଁକୁ ଆୟତ୍ତ କରାଯାଇ ପାରିବ ସେଥିପାଇଁ ଦୁଇଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଡାକ୍ତରଖାନା କର୍ମଚାରୀଙ୍କ ପାଖରୁ ଖବର ପାଇବା ମାତ୍ରେ ପାଖ ଅଗ୍ନିଶମ କେନ୍ଦ୍ରକୁ ତ୍ୱରିତ ଜଣାଇବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ରୋଗୀଙ୍କୁ ଉଦ୍ଧାର କରି ରୋଗୀବୁହା ଯାନ (ଆମ୍ବୁଲାନ୍ସ) ଜରିଆରେ ତୁରନ୍ତ ସ୍ଥାନାନ୍ତର ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯିବ। ଡାକ୍ତରଖାନାରେ ନିୟୋଜିତ ନିରାପତ୍ତା ରକ୍ଷୀଙ୍କୁ ଏ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ବିଦ୍ୟୁତ କର୍ମଚାରୀଙ୍କୁ ନେଇ ଡାକ୍ତରଖାନା ଆଇସିୟୁ, ଭେଣ୍ଟିଲେଟର ଏବଂ ସାଧାରଣ ୱାର୍ଡରେ ଲାଗିଥିବା ତାରର ମାନକୁ ଯାଞ୍ଚ କରାଯାଇଛି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories