www.samajalive.in
Saturday, December 6, 2025
23.1 C
Bhubaneswar

ଓଏଏସ୍ ଅଧିକାରୀଙ୍କ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ 

ଯାଜପୁର : ଯାଜପୁର ଜିଲାରେ କାର୍ୟ୍ୟରତ ଓଡିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କର ସୁରକ୍ଷା ପାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଏକ ସ୍ମାରକ ପତ୍ର ଜିଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଚ୍ଥି । ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ୟ୍ୟ ନିର୍ବାହ ସହ କରୋନା ପରିଚାଳନା ସମୟରେ ଅଧିକାରୀମାନଙ୍କ ଉପରେ ଆକ୍ରମଣର ଘଟଣା ଘଟୁଚ୍ଥି । ଯାହାକି ଅତ୍ୟନ୍ତ ଉଦ୍ବେଗ ଜନକ ଘଟଣା । ନିଜକୁ ଅସୁରକ୍ଷିତ ଭାବେ କାର୍ୟ୍ୟ କରିବା କଷ୍ଟକର ବ୍ୟାପାର ବୋଲି ପ୍ରଶାସନିକ ଅଧିକାରୀମାନେ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୪ ଦଫା ଦାବି ସମ୍ୱଳିତ ଦାବି ପତ୍ର ପ୍ରଦାନ କରିଚ୍ଥନ୍ତି । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ମାନଙ୍କୁ ଜଣେ ଲେଖାଏଁ ପି.ଏସ୍.ଓ. ବା ସୁରକ୍ଷା କର୍ମୀ ଯୋଗାଣ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଡ୍ୟୁଟି ବା ଅଇନଗତ କାର୍ୟ୍ୟାନୁଷ୍ଠାନର ଡ୍ୟୁଟି ସମୟରେ ପୋଲିସ ଉପସ୍ଥିତ ରହିବା, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ମୈାଖିକ ବା ଲିଖିତ ଆଦେଶ ବଳରେ ପୋଲିସ ସୁରକ୍ଷା ଯୋଗାଇ ଦେବା, କୈାଣସି ବ୍ୟକ୍ତିଙ୍କ ମୈାଖିକ ବା ଶାରିରୀକ ଅସଦାଚରଣ ଘଟଣାରେ ଅପରାଧିଙ୍କ ମାମଲା ବା କ୍ରିମିନାଲ ଅଫେନ୍ସ ଭାବେ ଗ୍ରହଣ କରି ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଜିଲାପାଳ ଚକ୍ରୱାରୀ ସିଂହ ରାଠୋରଙ୍କୁ ଓଏଏସ୍ ସଂଘ ପକ୍ଷରୁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଚ୍ଥି ।

ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଜିଲା ଓଏଏସ୍ ସଂଘର ସଭାପତି ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଯାଜପୁର ବିଡିଓ ସୈାରଭ ଚକ୍ରବର୍ତ୍ତୀ, ବ୍ୟାସନଗର ତହସିଲଦାର ଡଃ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଅସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories