www.samajalive.in
Friday, December 12, 2025
15.1 C
Bhubaneswar

ପୁନଃରୁଦ୍ଧାର ହେଲା ପୋଖରୀ: ଚତୁଃପାର୍ଶ୍ବରେ ହେବ ବୃକ୍ଷ ରୋପଣ, କରାଯିବ ସୌନ୍ଦର୍ଯ୍ୟକରଣ

ଗଡମଧୁପୁର: ଧର୍ମଶାଳା ବ୍ଲକ ଅଧିନ ମଧୁପୁରଗଡ ପଞ୍ଚାୟତରେ ରାଜରାଜୁଡା ଅମଳରୁ ଅନେକ ଗୁଡିଏ ପୋଖରି ରହିଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବରୁ କାଳକ୍ରମେ ସେହି ପୋଖରି ମଧ୍ୟରୁ ଅନେକ ପୋଖରୀ ଦଳପୁର୍ଣ୍ଣ ହେବା ସହିତ କେତେକ ପୋଖରୀ ପୋତା ପଡିଯାଇଥିଲା। ଅନେକ ସମୟରେ ଏହି ପୋଖରୀର ପୁନଃରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ ମଧ୍ୟ ବିଭାଗୀୟ ଅପାରଗତା ହେଉ ଅବା ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ କିମ୍ବା ଅର୍ଥିକ ସମ୍ବଳର ଅଭାବ କାରଣରୁ ପୋଖରୀ ଗୁଡିକ ପୁନଃରୁଦ୍ଧାର ନହେବାରୁ ଲୋକଙ୍କ ପ୍ରୟୋଜନରେ ଲାଗୁନଥିଲା। ଏହି ବୃହତ ପୋଖରୀ ଗୁଡିକରୁ ପଞ୍ଚାୟତକୁ ନିଲାମ ଆକରରେ ହଜାର ହଜାର ଟଙ୍କା ରାଜସ୍ୱ ଅସୁଥିଲେ ମଧ୍ୟ ପୋଖରୀ ପୋତା ପଡିବା କାରଣରୁ ସେଗୁଡିକ ନିଲାମ ନହେବାରୁ ମାଛ ଚାଷ ହୋଇପାରୁନଥିଲା।

 

- Advertisement -

ତେବେ ଚଳିତ ବର୍ଷ ଏହି ପଞ୍ଚାୟତର ଏକାଧିକ ପୋଖରୀ ଯଥା ଭାବଦେଇ, ଭୁବନପୁର(ଛୋଟା)ପୋଖରୀ, ଢମଣାଗାଡିଆ, ଭାଟେଣି, ବାଉତି, ଅରାପୋଖରୀ, ଧୋବାପୋଖରି ପ୍ରଭୃତି ସରକାରୀ ଅନୁଦାନରେ ପୁନଃରୁଦ୍ଧାର ହୋଇସାରିଥିବା ବେଳେ ଗଡମଧୁପୁର ଗାଁ ମଝିରେ ଇନ୍ଦପଡିଆରେ ଥିବା ରଙ୍ଗିସାଗର ପୋଖରୀରେ ଅଷାଢ ସରିଲା ବେଳକୁ ପୋଖରୀରୁ ପାଣି ଶୁଖି ଯାଉଥିଲା। ବର୍ଷର ପ୍ରତ୍ୟେକ ଦିନ ଏହି ପୋଖରୀ ପାଣିର ରଙ୍ଗ ନୀଳବର୍ଣ୍ଣ ହୋଇ ରହୁଥିବାରୁ ରଜା ଏହି ପୋଖରୀର ନା ରଖିଥିଲେ ରଙ୍ଗିସାଗର। ତେବେ ରଙ୍ଗିସାଗର ବିଭାଗୀୟ ଉଦାସିନତା କାରଣରୁ ତାର ରଙ୍ଗ ହରାଇଥିଲା। ତେବେ ଗାଁର କିଛି ଲୋକଙ୍କ ବ୍ୟକ୍ତିଗତ ପ୍ରଚେଷ୍ଠାରେ ଏହି ପୋଖରୀର ପୁନଃରୁଦ୍ଧାର କରାଯାଇଥିବାରୁ ପୋଖରୀଟି ଏବେ ବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହନ୍ତି। ଏହି ପୋଖରୀଟି ପଡିଆର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହେବା ସହିତ ଗାଁର ଗୋ ସମ୍ପଦ, ଜୀବଜନ୍ତୁ ଓ ପଶୁପକ୍ଷୀ ମାନେ ଖରାଦିନେ ମଧ୍ୟ ପାଣି ପାଇପାରିବେ। ଏଥି ସହିତ ସରକାରୀ ନିଲାମରୁ ବାଦ ପଡୁଥିବା ଏହି ପୋଖରୀ ଏବେ ପୁନଃର୍ବାର ମାଛଚାଷ ହୋଇପାରିବ। ଆବଶ୍ୟକସ୍ଥଳେ ଏହି ପୋଖରୀ ଚତୁଃପାର୍ଶ୍ବରେ ବୃକ୍ଷ ରୋପଣ ହେବାକୁ ଥିବାବେଳେ ସୌନ୍ଦର୍ଯ୍ୟକରଣ କରାଯିବାର ବ୍ୟବସ୍ଥା ରହିଥିବାରୁ ରଙ୍ଗିସାଗର ତାର ରଙ୍ଗ ଫେରିପାଇବ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରିଛନ୍ତି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories