www.samajalive.in
Monday, December 8, 2025
27.1 C
Bhubaneswar

ବୁର୍ଲା କୋଭିଡ ଡାକ୍ତରଖାନାରେ ୧୫ ମୃତ

ବୁର୍ଲା: ବୁର୍ଲା ଭିମସାରରେ ଦୁଇଟି କୋଭିଡ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। କରୋନା ସଂକ୍ରମିତ ପ୍ରତିଦିନ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ। ଉଭୟ କୋଭିଡ ଡାକ୍ତରଖାନାରେ ରବିବାର ୧୫ ଜଣଙ୍କ ଚିକିତ୍ସାଧୀନ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲାର ପାଞ୍ଚଜଣ ୬୭ ବର୍ଷୀୟ ବୃଦ୍ଧ, ୫୦ ବର୍ଷିୟା ମହିଳା, ୬୨ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ଯୁବକ ଏବଂ ୭୮ ବର୍ଷୀୟ ବୃଦ୍ଧ, ବରଗଡ଼ର ଜିଲାର ଚାରିଜଣ ୫୩ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ଯୁବକ ଏବଂ ୭୦ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ା ଜିଲାର ଦୁଇଜଣ ୫୬ ବର୍ଷିୟା ମହିଳା ଏବଂ ୬୦ ବର୍ଷିୟା ବୃଦ୍ଧା, ବଲାଙ୍ଗିର ଜିଲାର ୩୦ ବର୍ଷୀୟ ଯୁବକ, ଦେବଗଡ଼ ଜିଲାର ୪୬ ବର୍ଷୀୟ ପୁରୁଷ, କେନ୍ଦୁଝର ଜିଲାର ୫୪ ବର୍ଷିୟା ମହିଳା ଓ ସୁନ୍ଦରଗଡ଼ ଜିଲାର ୪୫ ବର୍ଷିୟା ମହିଳା ରହିଛନ୍ତି।

 

- Advertisement -

ପ୍ରଥମ କୋଭିଡ ଡାକ୍ତରଖାନାରେ ୨୩୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ଥିବାବେଳେ ଦ୍ୱିତୀୟ କୋଭିଡ ଡାକ୍ତରଖାନାରେ ୬୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନାଥାଉକି, ଗତ ଶନିବାର ୯ ଜଣ, ଶୁକ୍ରବାର ୧୦ ଜଣ, ଗୁରୁବାର ୧୦ ଜଣ, ବୁଧବାର ୧୩ ଜଣ, ମଙ୍ଗଳବାର ୮ ଜଣ ଓ ସୋମବାର ୭ ଜଣଙ୍କ ଚିକିତ୍ସାଧୀନ ମୃତ୍ୟୁ ହୋଇଥିଲା। ଭିମସାରରେ ପ୍ରଥମ କୋଭିଡ ଡାକ୍ତରଖାନା ଗତ ଅକ୍ଟୋବର ମାସରେ ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୫୧୬ରେ ପହଞ୍ଚିଥିବା ଜଣାପଡ଼ିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories