www.samajalive.in
Friday, December 12, 2025
16.1 C
Bhubaneswar

ଘଡଘଡି ସହ କାଳବୈଶାଖି, ବିଦ୍ୟୁତ ସରବରାହ ବିଛିନ୍ନ

ଜି.ଉଦୟଗିରି: ବର୍ତ୍ତମାନ ପରିସ୍ଥିତିରେ ବୈଶାଖର ପ୍ରଚଣ୍ଡ ରୌଦ୍ରତାପରେ ସାଧାରଣ ଜନଜୀବନ ଡହଳବିକଳ ହେଉଥିବା ବେଳେ ଆଜି ଜି.ଉଦୟଗିରି ଅଞ୍ଚଳର ପ୍ରବଳ ବେଗରେ ପବନ ବହିବା ସହ ଜୋରରେ ଘଡଘଡି ମାରି କାଳବୈଶାଖି ବର୍ଷା ହୋଇଥିବାରୁ ଲୋକେ ଆଶ୍ବସ୍ତି ଅନୁଭବ କରିଛନ୍ତି। ଜି.ଉଦୟଗିରି ସହରକୁ ଛାଡିଦେଲେ ଆଖପାଖ ଅଞ୍ଚଳରେ ବିରାଟ ଦ୍ରୁମ ଲୋଟିପଡିଥିବା କାରଣରୁ କିଛି ସଭୟ ପାଇଁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଯାଇଥିଲା। ଏ ସମ୍ପର୍କରେ ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀ ପବିତ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ପ୍ରକାଶ କରିଛନ୍ତି ଯେ ବିଦ୍ୟୁତ କର୍ମଚାରୀ ସଦଳବଳେ କାମରେ ଲାଗି ପଡିଛନ୍ତି,ତୁରନ୍ତ ବିଦ୍ୟୁତ ଯୋଗାଇ ଦିଆଯିବ।

 

- Advertisement -

ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ଜଳୋଉଥିବା ବେଳେ ବନ ବିଭାଗ ମଧ୍ୟ ଆଶ୍ବସ୍ତୀ ଲାଭ କରିଛି।ଖବର ଲେଖିଲା ବେଳକୁ କରୋନାର ଦ୍ବିତୀୟ ଲହରର ସପ୍ତାହାନ୍ତ ସଟଡାଉନର ତୃତୀୟ ରବିବାରରେ ଲୋକେ ଘରେ ଥାଇ ଗରମରେ ଆଉଟୁ ପାଉଟୁରୁ ମଧ୍ୟ ରକ୍ଷା ପାଇଥିବା ବେଳେ ଆଜିର କାଳବୈଶାଖୀ ପ୍ରଭାବରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଶୁଣିବାକୁ ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories