www.samajalive.in
Tuesday, December 9, 2025
15.1 C
Bhubaneswar

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖପ୍ରାଖୋଲ:ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର କୈଳାଶ ସାହୁଙ୍କ ଘରେ ନିଆଁ ଲାଗିଯିବା ଫଳରେ ୨ବଖରା ଖପର ଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ଏଥି ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।
ରବିବାର ସକାଳେ ଘରର ଲୋକ ବଗିଚାରେ କାମ କରୁଥିବା ବେଳେ ଘର ବନ୍ଦ ରହିଥିଲା। ଏହି ସମୟରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଚାରିଆଡକୁ ନିଆଁ ବ୍ୟାପୀ ଯାଇଥିଲା। ଖପ୍ରାଖୋଲ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା। ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଘରେ ଥିବା ଦୁଇଟି ଯାକ ପଲଙ୍କ, ଡ୍ରେସିଂ ଟେବୁଲ, ଫ୍ରିଜ, ଗଡ୍ରେଜ,ଟିଭି, ଟେବୁଲ ପଙ୍ଖା, ସିଲେଇ ମେସିନ ଆଦି ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ନଗଦ ୪୦ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି।

 

- Advertisement -

ଘର ଲୋକଙ୍କର ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବ୍ୟାଙ୍କ ପାସବୁକ୍ ବିଭିନ୍ନ ପ୍ରମାଣ ପତ୍ର ପୋଡିଯାଇଥିବା ନେଇ ପରିବାର ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ ହୋଇଛି। ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଲାଠୋର ସରପଂଚ ପ୍ରବୀଣ ଅଗ୍ରୱାଲ ପରିବାର ଲୋକଙ୍କୁ ଭେଟିବା ସହିତ ଚାଉଳ, ଡାଲି, ଆଳୁ ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥି ସହିତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଖପ୍ରାଖୋଲ ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories