www.samajalive.in
Wednesday, December 10, 2025
16.1 C
Bhubaneswar

୨୦୨୨ ମାର୍ଚ୍ଚ ସୁଦ୍ଧା ୩୬ କୋଟି ଭାରତୀୟଙ୍କୁ ଦିଆଯିବ ସ୍ପୁଟନିକ ଭି ଟିକା

ନୂଆଦିଲ୍ଲୀ: କରୋନା ମହାମାରୀର ଏକାଧିକ ତରନ୍ତ ଆସିବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ତ୍ଵରିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଆଗାମୀ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ୩୬ କୋଟି ଭାରତୀୟଙ୍କୁ ସ୍ପୁଟନିକ ଭି ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ମଧ୍ୟରେ ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ ବୋଲି ଲକ୍ଷ୍ୟ ରଖିଥିବା ଦାୟିତ୍ଵରେ ଥିବା ଅଧିକାରୀଙ୍କଠାରୁ ସୂଚନା ମିଳିଛି।

ଗତ ୧ ତାରିଖରେ ଭାରତ ୧୫ ଲକ୍ଷ ପାନ ସ୍ପୁଟନିକ ଭି ଟିକା ରୁଷଠାରୁ ଆଣିଛି। ଚଳିତ ମାସରେ ଆଉ ୧୫ ଲକ୍ଷ ଟିକା ଆସିବ। ମେ, ଜୁନ, ଜୁଲାଇ ୩ ମାସ ମଧ୍ୟରେ ରୁଷଠାରୁ ଭାରତ ୧ କୋଟି ୮୦ ଲକ୍ଷ ଟିକା ଆଣିବ। ସେଥିରୁ ମେ ମାସରେ ୩୦ ଲକ୍ଷ, ଜୁନରେ ୫୦ ଲକ୍ଷ ଏବଂ ଜୁଲାଇରେ ୧ କୋଟି ଟିକା ଆସିବ।

- Advertisement -

ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ଭାରତରେ ୮୫ କୋଟି ଟିକା ଉତ୍ପାଦନ କରିବା ଲାଗି ଦେଶର ୫ଟି କମ୍ପାନୀ ସହିତ ଚୁକ୍ତି କରିଛି। ଏହି ଟିକା କେବଳ ଭାରତରେ ଉତ୍ପାଦନ ହେବ ନାହିଁ, ବରଂ ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ ମଧ୍ୟ କରାଯିବ।

ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯିବା ପରେ ୩ୟ ଟିକା ଭାବେ ରୁଷର ସ୍ପୁଟନିକ ଭି’ର ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ସୂଚନା ଅନୁସାରେ, ବିଶ୍ଵବ୍ୟାପୀ ୬୦ରୁ ଅଧିକ ଦେଶ ସ୍ପୁଟନିକ ଭି’ର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ବିଶ୍ଵବ୍ୟାପୀ ୨ କୋଟି ଲୋକଙ୍କୁ ଏହି ଟିକା ଦିଆଯାଇ ସରିଛି୧।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories