www.samajalive.in
Wednesday, December 10, 2025
14.1 C
Bhubaneswar

କୋଭିଡ-୧୯ ମହାମାରୀ ମୁକାବିଲା : ୨୫ ରାଜ୍ୟର ଗ୍ରାମପଞ୍ଚାୟତ ପାଇଁ ୮୯୨୩.୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ : ଦେଶର ୨୫ଟି ରାଜ୍ୟର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ  ୮୯୨୩.୮ କୋଟି ଟଙ୍କା ମଞ୍ଜୁର କରିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା- ଗ୍ରାମ, ବ୍ଲକ ଏବଂ ଜିଲ୍ଲା ଗୁଡ଼ିକ ପାଇଁ ଏହି ସହାୟତା ଉଦ୍ଦିଷ୍ଟ।
ମଞ୍ଜୁର ହୋଇଥିବା ଏହି ଅନୁଦାନ ୨୦୨୧-୨୨ ମସିହାର ପ୍ରଥମ କିସ୍ତି। ଏହି କ୍ରମରେ ଓଡ଼ିଶା ପାଇଁ ୩୩୩.୮ କୋଟି ଟଙ୍କା ମଞ୍ଜୁର ହୋଇଛି। କୋଭିଡ-୧୯ ମହାମାରୀ ମୁକାବିଲାରେ ଗ୍ରାମ୍ୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ ଏହି ଅର୍ଥ ଖର୍ଚ୍ଚ କରି ବିଭିନ୍ନ ପଦକ୍ଷେପ ନିଆଯିବ ।

ପଞ୍ଚଦଶ ଅର୍ଥ କମିଶନର ସୁପାରିଶ କ୍ରମେ ଏହି କେନ୍ଦ୍ରୀୟ ଅନୁଦାନର ପ୍ରଥମ କିସ୍ତି ୨୦୨୧ ଜୁନ ମାସରେ ମଞ୍ଜୁର ହେବା କଥା। ତେବେ କୋଭିଡ-୧୯ ମହାମାରୀ ସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରାଳୟର ସୁପାରିଶ କ୍ରମେ ଅର୍ଥ ମନ୍ତ୍ରାଳୟ ଧାର୍ଯ୍ୟ  ସମୟ ପୂର୍ବରୁ ଆଗୁଆ ଏହି ଅର୍ଥ ମଞ୍ଜୁର କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories