www.samajalive.in
Saturday, December 6, 2025
17.1 C
Bhubaneswar

ଟଳିଲା ବିପଦ: ହିନ୍ଦ୍‌ ମହାସାଗରରେ ଖସିଲା ଚୀନ ରକେଟ୍‌

ଗତ ସପ୍ତାହରେ ଚୀନ ଉତ୍‌କ୍ଷେପଣ କରିଥିବା ସବୁଠୁ ବଡ଼ ରକେଟ୍‌ ହିନ୍ଦ ମହାସାଗରରେ ଖସିଛି। ଫଳରେ ପୃଥିବୀ ଆଡ଼କୁ ମହାକାଶରୁ ଯେଉଁ ବିପଦ ଆସୁଥିଲା ତାହା ଟଳିଯାଇଛି। ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତାହାର ଏକ ବଡ଼ ଅଂଶକୁ ନଷ୍ଟ କରିଦିଆଯାଇଥିଲା ଏବଂ ତାହାର ଅବଶେଷ ହିନ୍ଦ୍‌ ମହାସାଗରରେ ଖସିଥିଲା।

ପୂର୍ବରୁ ଚୀନ ବିଦେଶ ମନ୍ତ୍ରଣାଳୟ କହିଥିଲା ଯେ ରକେଟର ଅବଶେଷକୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା କ୍ଷଣି ନଷ୍ଟ କରିଦିଆଯିବ, ଯାହାଫଳରେ କ୍ଷୟକ୍ଷତି ହେବାର ଆଶଙ୍କା କମିଯିବ। ଗତ ଶୁକ୍ରବାର ସନ୍ଧ୍ୟାରେ ଆମେରିକାରେ କରାଯାଇଥିବା ଏକ ଟ୍ବିଟ୍‌ ମାଧ୍ୟମରେ ଏରୋସ୍ପେଶ୍‌ କର୍ପୋରେଶନ ସୂଚନା ଦେଇ କହିଥିଲା ଯେ, ସେଣ୍ଟର ଫର ଅର୍ବିଟାଲ ରିଏଣ୍ଟ୍ରି ଆଣ୍ଡ ଡେବ୍ରିଜ ଷ୍ଟଡିଜ ଦ୍ବାରା ଲଙ୍ଗ ମାର୍ଚ୍ଚ ୫ବି ରକେଟର ପୁନଃପ୍ରବେଶ ପାଇଁ କରାଯାଇଥିବା ଭବିଷ୍ୟବାଣୀ ଅନୁସାରେ, ଏହାର ଅବଶେଷ ରବିବାର ଅପରାହ୍ନରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। କିନ୍ତୁ ଏହା ପୂର୍ବରୁ ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories